-
ବିିଭିନ୍ନ ଜିଲ୍ଲାରେ କରୋନାର ସ୍ଥିତି
ଭୁବନେଶ୍ୱର– କରୋନା ଆକ୍ରାନ୍ତ ଜିଲ୍ଲାଙ୍କ ସୂଚୀରେ ଗଂଜାମ ଜିଲ୍ଲା ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୯୮ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୫୩ , ବାଲେଶ୍ୱର ଜିଲ୍ଲାରେ ୧୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭଦ୍ରକ ଜିଲ୍ଲାରେ ୧୦୬ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ୮୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୮୬ ଜଣ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରେ ୬୪ ଜଣ, ବଲାଙ୍ଗୀର ଜିଲ୍ଲାରେ ୬୨ ଜଣ, କେନ୍ଦ୍ରାପଡା ଜିଲ୍ଲାରେ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୬୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ବୌଦ୍ଧ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତ, ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରେ ୨୫ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ ଜିଲ୍ଲାରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ।
କେନ୍ଦୁଝର ଜିଲ୍ଲାରେ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ୧୯ ଜଣ ଆକ୍ରାନ୍ତ ହୋଇଛନ୍ତି । ମୟୁରଭଂଜ ଜିଲ୍ଲାରେ ୧୭, ଢେଙ୍କାନାଳ ଜିଲ୍ଲାରେ ୧୬, କଳାହାଣ୍ଡି ଜିଲ୍ଲାରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରେ ୧୪ ଜଣ ଓ କନ୍ଧମାଳରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୮ କୋରାପୁଟ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୭ ଓ ସୋନପୁରରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡରେ ୨ ଜଣ ନବରଂଗପୁର ୨ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।