ଭୁବନେଶ୍ୱର– ରାଜ୍ୟରେ ଆଉ ୬୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୬୧ ଜଣ କ୍ୱାରେଂଟାଇନ କେନ୍ଦ୍ରରୁ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏହି ଖୋର୍ଧା ଜିଲ୍ଲାରୁ ୧୨ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ନୟାଗଡ ଜିଲ୍ଲାରୁ ୭ ଜଣ ଗଂଜାମ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ଓ କଟକ ଜିଲ୍ଲାରୁ ୩-୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ, ପୁରୀ, ସମ୍ବଲପୁର, କୋରାପୁଟ, ମୟୁରଭଂଜ, ଝାରସୁଗୁଡା, ନବରଙ୍ଗପୁରରୁ ଜଣେ – ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।