
ଗଞ୍ଜାମ ଜଗନ୍ନାଥ ପ୍ରସାଦ ବୋଡାନଦୀ କୁଳରେ ବାବା ଜଳେଶ୍ୱର ଙ୍କର ଅବସ୍ଥିତ “ଶ୍ରୀ ଶ୍ରୀ ଜଳେଶ୍ୱର ମହାଦେବ ମନ୍ଦିର ରେ ଶୀତଳ ଷଷ୍ଠୀ ଯାତ୍ରା, ଶିବ ପାର୍ବତୀ ବିବାହ ଅନୁଷ୍ଠିତ l ମନ୍ଦିର ପରିଚାଳନା କମିଟି ପକ୍ଷ ରୁ ଜଳେଶ୍ୱର ଠାକୁର ଙ୍କ ପିତା ମାତା ଭାବେ ପ୍ରଦୀପ୍ତ ଭୂୟାଁ ଓ ଶ୍ରୀମତୀ ମିଲି ମହାନ୍ତି ଭୂୟାଁ, ଏବଂ ମାଆ ପାର୍ବତୀ ଙ୍କ ପିତା ମାତା ଭାବେ କୈଳାଶ ପାତ୍ର ଓ ଶ୍ରୀମତୀ ସବିତା ପାତ୍ର ଶିବ ପାର୍ବତୀଙ୍କୁ ବିବାହ କରାଇଥିଲେ l ବ୍ରହ୍ମା ଭାବେ ଜ୍ୟୋତିର୍ବିଦ ପଣ୍ଡିତ ଅନ୍ନଦା ତ୍ରିପାଠୀ, ପୁରୋହିତ -ଲବ ଦାଶ ବିବାହ କାର୍ଯ୍ୟ କରାଇଥିଲେ l ମନ୍ଦିର ପରିଚାଳନା କମିଟି ସଭାପତି ଉପେନ୍ଦ୍ର ଗୌଡ଼, ଡ଼ଃ. ଜୟଦେବ ଗୌଡ଼, ବ୍ରଜକିଶୋର ଚୌଧୁରୀ, ସନ୍ତୋଷ କୁମାର ବେହେରା ପ୍ରମୁଖ ଶିବ ବିବାହ କାର୍ଯ୍ୟ ଓ ପ୍ରସାଦ ସେବନ କରାଇଥିଲେ l
ଗଞ୍ଜାମ ଜଗନ୍ନାଥପ୍ରସଦରୁ ଚିତ୍ତରଞ୍ଜନଗନ୍ତାୟତଙ୍କ ରିପୋର୍ଟ