
ଭୁବନେଶ୍ୱର– ଆଜିଠାରୁ ରାଜ୍ୟରେ ଗଡିବ ଘରୋଇ ବସ । ସରକାରଙ୍କ ସହ ଆଲୋଚନା ପରେ ବସ ଚଳାଚଳ ନିଷ୍ପତି ନେଇଛି ଘରୋଇ ବସ୍ ମାଲିକ ସଂଘ ।
ବସ୍ ଚଳାଇବାକୁ ରାଜ୍ୟ ସରକାର ପୂର୍ବରୁ ଅନୁମତି ଦେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ରାଜି ହୋଇନଥିଲା । ପରିବହିନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା ପରେ ତିନି ମାସ ରୋଡ୍ ଟ୍ୟାକ୍ସ ଛାଡ କରିବାକୁ ସରକାର ହୋଇଥିଲେ । ଏବଂ ଅନ୍ୟ ଦାବି ଗୁଡିକ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆଜିଠାରୁ ବସ୍ ଚଳାଇବାକୁ ନିଷ୍ପତି ହୋଇଛି ।
କରୋନା ପାଇଁ ଥିବା ଗାଇଡଲାଇନକୁ ମାନି ସିଟ ସଂଖ୍ୟା ଅନୁସାରେ ଯାତ୍ରୀ ବସରେ ଯାତ୍ରା କରିବେ । ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀ ଭଡା ଦେବେ ବୋଲି ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି । ତେବେ କେତେ ବସ୍ ଚାଲିବ ତାହା ସ୍ପଷ୍ଟ ଭାବେ କୁହାଯାଇନାହିଁ । ବହୁତ ଗାଡିର ଅବସ୍ଥା ଭଲ ନଥିବାରୁ ସ୍ୱାଭାବିକ ହେବାକୁ ୧୫ ଦିନ ସମୟ ଲାଗିବ ବୋଲି ସଂଘ ସମ୍ପାଦକ କହିଛନ୍ତି ।