ନୂଆଦିଲ୍ଲୀ- ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାତୀୟ ରେଳବାଇ ୨୬ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୩୫୪୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରିଛି । ଏଥିରେ ୪୮ ଲକ୍ଷ ଲୋକଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇ ଦିଆଯାଇଛି । ରେଳ ମନ୍ତ୍ରାଳୟ ତରଫରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶବ୍ୟାପୀ ଏହି ଟ୍ରେନ ପରିଚାଳନା କରାଯାଇଛି । କେବଳ ମେ’ ୨୬ ତାରିଖରେ ୨୫୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଗଡ଼ିଛି ।ସୂଚନାଯୋଗ୍ୟ, ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟକୁ ପରିଚାଳନା କରାଯାଇଛି । ଗୁଜୁରାଟରୁ ୯୪୬, ମହାରାଷ୍ଟ୍ରରୁ ୬୭୭, ପଂଜାବରୁ ୩୭୭, ଉତ୍ତରପ୍ରଦେଶରୁ ୨୪୩ ଓ ବିହାରରୁ ୨୧୫ଟି ଟ୍ରେନ ପରିଚାଳଚନା କରାଯାଇଛି । ସେହିପରି ଉତ୍ତର ପ୍ରଦେଶକୁ ୧୩୯୨, ବିହାରକୁ ୧୧୨୩, ଝାଡ଼ଖଣ୍ଡକୁ ୧୫୬, ମଧ୍ୟପ୍ରଦେଶକୁ ୧୧୯ ଓ ଓଡ଼ିଶାକୁ ୧୨୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଇଆରସିଟିସି ପ୍ରବାସୀ ଯାତ୍ରୀମାନଙ୍କୁ ୭୮ ଲକ୍ଷ ମାଗଣା ଭୋଜନ, ୧ ଲକ୍ଷ ୧୦ କୋଟି ପାଣିବୋତଲ ଦେଇଛି । ଏହି ସମୟ ମଧ୍ୟରେ ରେଳବାଇ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଇଛି । ଏବେ ରେଳବାଇ ଜୁନ ୧ ତାରିଖ ଠାରୁ ୨୦୦ରୁ ଅଧିକ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି ।