
ଭୁବନେଶ୍ୱର– ରାଜ୍ୟରେ ଗତ ୨୪ ଘଂଟାରେ ୩୦୩୭ ନମୁନାର ପରୀକ୍ଷା କରା ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୩୯୩୧୧ ନମୁନାର ପରୀକ୍ଷଣ କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୧୬୬୦ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ମୋଟ ୮୪୧ ଟି ସକ୍ରିୟ ମାମଲା ରହିଛିା