ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ କୁ ବୃଦ୍ଧି ପାଇଛି । ତେବେ ତେବେ ନୂଆ ଚିହ୍ନଟ ହୋଇଥିବା ୨୬ ଜଣଙ୍କ ମଧ୍ୟରୁ ୨୪ ଜଣ ସୁରତ ଫେରନ୍ତା ଓ କ୍ୱାରେଂଟାଇନ ସେଂଟରର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ । ସ୍ଥାନୀୟ ଦୁଇ ଜଣ ପୋଲସରା ପୋଲିସ ଥାନାର ଦୁଇ କନଷ୍ଟେବଳ ବୋଲି ସୂଚନା ମିଳିଛି ।
ପ୍ରକାଶ ଥାଉ କି, ଅଦ୍ୟାବଧି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଛୁଇଁବାକୁ ବସିଛି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାକୁ ପୂର୍ବରୁ ରେଡ଼୍ ଜୋନ୍ ତାଲିକାଭୁକ୍ତ କରାଯାଇଛି । ତେବେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଆଶ୍ୱାସନା ଦିଆଯାଇଛି ।