ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ହୋମ୍ କ୍ୱାରେଂଟାଇନରେ ରହୁଥିବା ବ୍ୟକ୍ତି ବିଶେଷ ମାନେ ଚଉଦ ଦିନ ଗୃହରେ ରହିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଏହାକୁ ସେମାନେ ବେଖାତିର୍ କରି ବାହାରେ ବଜାର ଘାଟରେ ବୁଲୁଥିବା ପରିଲକ୍ଷିତ ହୋଇଛି । ଏପରିକି ମଦ ଦୋକାନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ବଜାର ହାଟରେ ଭିଡ଼ ଜମାଉଛନ୍ତି । ମାସ୍କ ପିନ୍ଧୁ ନାହାଁନ୍ତି, ସାମାଜିକ ଦୂରତା ରକ୍ଷା କଥା ଭୁଲିଗଲେଣି । ହାତ ଧୁଆକୁ ବି ଦେଖଛି କିଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ଏସବୁ ଜାଣି ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କୁ ଭୟ କରି ତାଗିଦ୍ କରିବାକୁ ମନରେ ସାହାଶ ଜୁଟାଇ ପାରୁନାହାଁନ୍ତି । ସରକାରଙ୍କ ପକ୍ଷରୁ ଏହି ଘରୋଇ କ୍ୱାରେଂଟାଇନରେ ଥିବା ବ୍ୟକ୍ତି ମାନଙ୍କୁ ତଦାରଖ କରିବାକୁ ଦାୟୀତ୍ୱ ଦିଆଯାଇଛି ସରପଚଂମାନଙ୍କୁ । ସରପଚଂ ମାନେ ମଧ୍ୟ ଏହା ଦେଖି ନଖିଲା ଭଳି ଅଭିନୟ କରିଛନ୍ତୁ । ଫଳରେ ଏହି ହୋମ କ୍ୱାରେଟାଂଇନ ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ରୋଗ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଛି ।
Related Stories
December 26, 2024