ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଦୁଇ ହୋମଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ହେଲେ ପୋଲସରା ଥାନାରେ କାର୍ଯ୍ୟରତ ଦୁଇ ଜଣ ହୋମଗାର୍ଡ । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଦୁଇ କନଷ୍ଟେବଳଙ୍କୁ ଜଣକୁ ଶିତଳାପଲ୍ଲୀ ସ୍ଥିତ କୋଭିଡ଼୍ ହସ୍ପିଟାଲରେ ଏବଂ ଅନ୍ୟ ଜଣଙ୍କୁ ପାରଳା ମହାରାଜା କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ଗଞ୍ଜାମ ଏସପି ବ୍ରିଜେଶ ରାୟ ଟ୍ୟୁଟ୍ କରିଏହି ସୂଚନା ଦେଇଛନ୍ତି । ଏହି ଦୁଇ ଜଣ ଆକ୍ରାନ୍ତ ଜଗନ୍ନାଥପୁର ଷ୍ଟେସନରେ ଏବଂ ଟିଏମସିରେ ମଧ୍ୟ କାର୍ଯ୍ୟରତ ଥିଲେ । ସେଠାରେ ସଂକ୍ରମଣର ଶିକାର ହୋଇଥିବା ଅନୁମାନ କରାଯାଉଛି ।
Related Stories
December 26, 2024