

ସାକ୍ଷିଗୋପାଳ– ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମପଚାଂୟତରେ ମଶାରୀ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମଶାରୀ ବଂଟନ କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟା ସୁଦ୍ଧା ଶେଷ ହେବାର ଯୋଜନା ରହିଥିବା ନେଇ ଦୁଗଲ ସେକ୍ଟର ନୂଆଗାଁ ସବସେଂଟରର ଅଶାକର୍ମୀ ପ୍ରତିମା ପୃଷ୍ଟି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିୟମକୁ ମାନି ଘରକୁ ଘର ଯାଇ ସାମାଜିତ ଦୂରତା ରକ୍ଷା କରାଯାଇ ମୁହଁରେ ମାସ୍କ ପିନ୍ଧି ମଶାରୀ ବଂଟନ ଜାରୀ ରହିଛି । ତାଙ୍କୁ ୬୧୦ ମଶାରୀ ବଂଟନର ଦାୟୀତ୍ୱ ଦିଆଯାଇଛି । ଏସବୁ ମଶାରୀ ମହାମାୟା ସାହି, ହରିଶରଣପୁର, ଓ ଜୟପୁର ଗ୍ରାମରେ ବଂଟନ କରାଯାଉଛି । ଆଜି ସଂନ୍ଧ୍ୟା ସୁଦ୍ଧା ବଂଟନ କାର୍ଯ୍ୟକ୍ରମ ଶେଷ ହେବାର ଯୋଜନା ରହିଛି ।