ଭୁବନେଶ୍ୱର– ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଇବା ସୁନିଶ୍ଚିତ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପୋଲିସ ମହା ନିର୍ଦେଶକ, ସମସ୍ତ ଜିଲ୍ଲାପାଳ ସମସ୍ତ ମ୍ୟୁନିସିପାଲ କମିଶନରଙ୍କୁ ପତ୍ର ଲେଖିଛନ୍ତି ।
ଏହି ପତ୍ରରେ ସେ କହିଛନ୍ତି ଯେ ସାମାଜିକ ଦୂରତ୍ୱ ପାଳନ ନ କରା ଯାଉଥିବା ନେଇ ଅନେକ ଘଟଣା ସାମନାକୁ ଆସୁଛି । ଲୋକ ମାନେ ମାସ୍କ ପିନ୍ଧୁ ନ ଥିବା ତଥା ଛେପ ପକାଉଥିବା ନେଇ ମଧ୍ୟ ଘଟଣା ଦେଖାଦେଉଛି । ଯେମିତି ଲୋକ ମାନେ ଏହାର ବ୍ୟତିକ୍ରମ ନ କରନ୍ତି ଓ ସାମାଜିକ ଦୂରତ୍ୱର ନିୟମକୁ ପାଳନ କରିବା ସହ ମାସ୍କ ପିନ୍ଧିବା ଓ ଛେପ ନ ପକାନ୍ତି ତାହା ସୁନିଶ୍ଚିତ କରିବାକୁ ଏହି ପତ୍ରରେ କୁହା ଯାଇଛି ।