ଭୁବନେଶ୍ୱର । କଟକରେ ଗତ ୨୪ ଘଂଟା ମଧ୍ୟରେ ୨୦୩ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ଜୁନ ପହିଲା ସୁଦ୍ଧା ବସ ସେବା ସାମାନ୍ୟ ହେବ – ପରିବହନ ମନ୍ତ୍ରୀ
ଭୁବନେଶ୍ୱର-ଜୁନ ପହିଲା ସୁଦ୍ଧା ରାଜ୍ୟରେ ବସ ସେବା ସାମାନ୍ୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଶ୍ରୀ ବେହେରା କହିଛନ୍ତି ଯେ ଆଜି ଠାରୁ ବସ ଚଳାଚଳ ଆରମ୍ଭ ହୋଇଥିଲେ ସୁଦ୍ଧା ସ୍ଥିତି ସାମାନ୍ୟ ହୋଇ ପାରି ନାହିଁ । ସେ କହିଛନ୍ତି ଲକ ଡାଉନ କାରଣରୁ ପାସେଂଜର ମାନେ ଅଧିକ ସଂଖ୍ୟାରେ ଆସୁ ନାହାନ୍ତି । ବସର କର୍ମଚାରୀ ମଧ୍ୟ ନାହାନ୍ତି । ଦୁଇ ମାସରୁ ଉର୍ଧ ଧରି ବସ ବନ୍ଦ ରହିବାକୁ ବସ ଗୁଡିକ ମଧ୍ୟ ଭଲ ସ୍ଥିତିରେ ନାହିଁ । ତେବେ ଜୁନ ପହିଲାରୁ ସ୍ଥିତି ସାମାନ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।