ଭୁବନେଶ୍ୱର-କୋବିଡ ୧୯ ମୁକାବିଲା ସମୟରେ ଲୋକ ମାନଙ୍କ ସେବା କରି କରୋନା ପଜିଟିଭ ହୋଇଥିବା ସରପଂଚ, ଆଶାକର୍ମୀ ଓ ଆଙ୍ଗନବାଡି କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଟେଲିଫୋନ ଯୋଗେ କଥାବାର୍ତା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ସମର୍ପଣ, ସାହସକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କର ଆରୋଗ୍ୟ କାମନା କରିଛନ୍ତି । ସେ କହିଛନ୍ତି ଯେ ସେମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ।
ଲକ ଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟାରେ ୧୫୭ ଟି ଗାଡିରୁ ଚାଲଣା କାଟିଲା ବ୍ରହ୍ମପୁର ପୋଲିସ
ଭୁବନେଶ୍ୱର। ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୧୫୭ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୨୯ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ଛେପ ପକାଇବା ମାମଲାରେ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି ।