ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କ ପାଇଁ ବୁଧବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଆଡଭାଇଜାରୀ ଜାରି କରିଛନ୍ତି । ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ଜନଗହଳିରୁ ଦୂରେଇ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟଠାରୁ ୬ଫୁଟ ଦୂରତା ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ କରୋନା ଲକ୍ଷଣ ଲୁଚାଅ ନାହିଁ । ଏହା ଲୁଚାଇଲେ ନିଜର ଓ ନିଜ ପରିବାର ପ୍ରତି ବିପଦ ଆସିପାରେ । ଜ୍ୱର, କଫ, ଥଣ୍ଡାକୁ ଭୟନକରି ୧୦୪, ୧୦୭୫ ଟୋଲଫ୍ରି ନମ୍ବରରେ ଫୋନ୍କରି ସ୍ୱାସ୍ଥ୍ୟ ପରାମର୍ଶ ନେଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି ।
Related Stories
November 25, 2024