ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ କାଳୀମନ୍ଦିର ନିକଟରେ ହୋଇଥିବା ଆକ୍ରମଣ ଘଟଣାରେ ଗୋପାଳପୁର ପୋଲିସ ବୁଧବାର ୫ଜଣଙ୍କୁ ଗିରଫକରି ଥାନା କେଶ୍ ନମ୍ବର ୭୧/୨୦, ୩୦୭ ଦଫାରେ କୋର୍ଟଚାଲାଣ କରିଥିବା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ଗତ ୨୪ତାରିଖ ଦିନ ରାତିରେ ଗ୍ରାମର ସୁଗ୍ରିବ ଦାସ ନିଜ ଦୋକାନ ବନ୍ଦକରି ତାଙ୍କ ସ୍ତ୍ରୀ ସହ ଘରକୁ ଫେରୁଥିବା ବେଳେ ମନ୍ଦିର ନିକଟରେ ବସିଥିବା ଗ୍ରାମର ଶ୍ରୀକାନ୍ତ ଦାସଙ୍କୁ ଅନାଇଥିଲେ । କାହିଁକି ଅନାଉଛୁ ବୋଲି କହି ସୁଗ୍ରିବଙ୍କୁ ଶ୍ରୀକାନ୍ତ ଓ ତାଙ୍କ ଭାଇଙ୍କ ସହ ତାଙ୍କ ପରିବାର ଲୋକେ ମିଶି ମାଡ ମାରିଥିଲେ । ଏହାପରେ ଖବରପାଇ ଗ୍ରାମରେ ପୋଲିସ ପହଞ୍ôଚ ଗୁରୁତର ସୁଗ୍ରିବଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କର ବୟାନ ରେକର୍ଡ କରିଥିଲେ । ସୁଗ୍ରିବଙ୍କ ବୟାନ ଅନୁସାରେ ବୁଧବାର ଆକ୍ରମଣ କରିଥିବା ଶ୍ରୀକାନ୍ତ ଦାସ, ତାଙ୍କ ଭାଇ କୈଳାଶ ଦାସ, ଲକ୍ଷ୍ମୀ ଦାସ, ଧରିତ୍ରୀ ଦାସ ଓ ରୀତା ଦାସଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ବେଳେ ଗିରଫଙ୍କ ମଧ୍ୟରେ ୩ଜଣ ମହିଳା ଥିବା ଜଣାପଡିଛି ।
Related Stories
November 25, 2024