ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମେଡିକାଲ କ୍ୟାମ୍ପସ୍ ନିକଟରେ ଜଣେ ବନ୍ଧୁ ଅନ୍ୟଜଣେ ବନ୍ଧୁଙ୍କୁ ଏସିଡ୍ ମାଡ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ, ମଙ୍ଗଳବାର ସନ୍ଧ୍ୟା ସମୟରେ ଗଜପତି ପ୍ରଥମ ଲାଇନ୍ରେ ରହୁଥିବା ଲିଙ୍ଗରାଜ ସାହାଣୀ(୫୨) ଚାଲି ଚାଲି ଯାଉଥିବା ସମୟରେ ତାଙ୍କର ଘନିଷ୍ଠ ବନ୍ଧୁ ବିଶ୍ୱଜିତ ନନ୍ଦ ଓରଫ୍ ଟୁଲୁ(୫୨) ତାଙ୍କୁ ଏସିଡ୍ ମାଡ କରିଛନ୍ତି । ଏହି ଘଟଣାରେ ଲିଙ୍ଗରାଜଙ୍କ କାନ୍ଧ ଓ ପିଠି ପୋଡି ଯାଇଥିବା ବେଳେ ସେ ଏମ୍କେସିଜିର ନ୍ୟୁକାଜୁଆଲଟି ୨୭୬ନମ୍ବର ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି । ଲିଙ୍ଗରାଜଙ୍କ କହିବାନୁଯାୟୀ, ଟୁଲୁ ସହ ତାଙ୍କର ଦୀର୍ଘ ଦିନର ବନ୍ଧୁତା । କିନ୍ତୁ ଜୈନିକା ମହିଳାଙ୍କୁ ପ୍ରେମ କରିବା ଘଟଣାକୁ ନେଇ ତାଙ୍କ ଦୁଇ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିବା ଫଳରେ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା । ଫଳରେ ଟୁଲୁ କ୍ରୋଧରେ ତାଙ୍କ ପ୍ରତି ଏଭଳି କାଣ୍ଡ ଘଟାଇଥିବା ନେଇ ଲିଙ୍ଗରାଜ କହିଛନ୍ତି । ଏନେଇ ବୈଦ୍ୟନାଥପୁର ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।
Related Stories
November 25, 2024