ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬୮ କୁ ବୃଦ୍ଧି ପାଇଛି । ଯାହାକି ରାଜ୍ୟର ଅନ୍ୟ କରୋନା ପ୍ରଭାବିତ ଜିଲ୍ଲା ତୁଳନାରେ ସର୍ବାଧିକ ରହିଛି । ଗତକାଲି ସଂନ୍ଧ୍ୟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା । ନୂଆ ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ କ୍ୱାରେଂଟାଇନ ସେଂଟରର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣ ଆକ୍ରାନ୍ତଙ୍କର ସୁରତ ଲିଙ୍କ୍ ରହିଛି । ଅନ୍ୟ ୪ ଜଣଙ୍କର କେଉଁ ରାଜ୍ୟ ଲିଙ୍କ୍ ରହିଛି କିମ୍ବା ସେମାନେ କୌଣସି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
ପ୍ରକାଶ ଥାଉ କି, ଅଦ୍ୟାବଧି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ତିନି ଶହ ଟପିଛି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାକୁ ପୂର୍ବରୁ ରେଡ଼୍ ଜୋନ୍ ତାଲିକାଭୁକ୍ତ କରାଯାଇଛି । ତେବେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଆଶ୍ୱାସନା ଦିଆଯାଇଛି ।