ଭୁବନେଶ୍ୱର– ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଆଜି ବସିବ । କେଉଁ ଦିନ ବସ୍ ଚଳାଚଳ ଆରମ୍ଭ କରାଯିବ ସେ ନେଇ ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତି ହେବ । ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ଘରୋଇ ବସ୍ ଚଳେଇବା ନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେଏକ ଆଲୋଚନା ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ୩ଟି ମୁଖ୍ୟ ଦାବି ଉପରେ ଆଲୋଚନା କରାଯାଇଥିଲା । ରୋଡ଼ ଟ୍ୟାକ୍ସ ଛାଡ଼ କରିବା, ଇନସୁରାନ୍ସ ଦେୟ ଅବଧି ବୃଦ୍ଧି ସହ ଋଣ କିସ୍ତି ଛାଡ଼ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ଏପ୍ରିଲ ଓ ମେ ମାସର ରୋଡ଼ ଟାକ୍ସ ଛାଡ଼ କରିବା ନେଇ ପ୍ର୍ରକ୍ରିୟାକାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟ ଦାବି ଗୁଡ଼ିକ ସକ୍ରିୟ ବିଚାରଧିନ ରହିଛି । ଆଜିର ଆଲୋଚନା ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ ।