ନୂଆଦିଲ୍ଲୀ– ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି । ଉଭୟ ମନ୍ତ୍ରୀ କୋଭିଡ-19 ବୈଶ୍ଵିକ ମହାମାରୀ ନେଇ ମତ ବିନିମୟ କରିଥିଲେ । ରେନୋଲ୍ଡଙ୍କୁ ଶ୍ରୀ ସିଂ ଆନ୍ତର୍ଜାତିକସ୍ତରରେ କୋଭିଡ-19 ମୁକାବିଲା ଦିଗରେ ଭାରତର ଅବଦାନ ସମ୍ପର୍କରେ ବୁଝାଇଥିଲେ । ଉଭୟ ନେତା କୋଭିଡ-19 ପରବର୍ତ୍ତୀ ସମୟରେ କି କି ପଦକ୍ଷେପ ନିଆଯିବ ଏବଂ ଦୁଇ ଦେଶ କିପରି ମିଳିମିଶି ଏହାର ମୁକାବିଲା କରିବେ ସେନେଇ ଆଲୋଚନା କରିଥିଲେ । ଉଭୟ ଦୁଇ ଦେଶର ପ୍ରତିରକ୍ଷା ସହଯୋଗ ନେଇ ନିଜ ନିଜ ଅଙ୍ଗୀକାରବଦ୍ଧତା ଦୋହରାଇଥିଲେ ।