ବ୍ରହ୍ମପୁର :ଅହରହ ପରିଶ୍ରମ କରି ମୁମ୍ବାଇ ଓ ସୁରତ ରେ ଫସି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ନିଜ ନିଜର ଜନ୍ମଭୂମି କୁ ପଠାଇବାରେ ସାହାଯ୍ୟ କରୁଛନ୍ତି ଅନ୍ତର୍ଜାତୀୟ କରାଟେ ଜଗତର ତାରକା ତଥା ମହାରାଷ୍ଟ୍ର ରାଉଳ ଓ ମୁନି ସମାଜର ସଭାପତି ଶ୍ରୀ ପ୍ରମୋଦ କୁମାର ରାଉଳ ।
ମୁମ୍ବାଇରେ କାମ କରୁଥିବା ଗଂଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ଲକଡାଉନ ରେ ଫସିରହିଥିବା ବେଳେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସେମାନଙ୍କୁ ଟ୍ରେନ ଯୋଗେ ଆଣି ସେମାନଙ୍କୁ ନିଜ ନିଜର ଅଞ୍ଚଳକୁ ପଠାଇବାରେ ସାହାଯ୍ୟ କରୁଛନ୍ତି ।
ଏହି ସମୟରେ ଶ୍ରୀ ରାଉଳ ମୁମ୍ବାଇର ବିଭିନ୍ନ ଇଲାକାରେ ଫସିରହିଥିବା ପ୍ରବାସୀ ଓଡିଆମାନଙ୍କୁ ଏକତ୍ରିତ କରି ଟ୍ରେନ ଯୋଗେ ପଠାଇବାରେ ସାହାଯ୍ୟ କରି ଆସୁଥିବା ବେଳେ ପ୍ରବାସୀ ମାନେ ଟ୍ରେନରେ ଯିବା ସମୟରେ ସେମାନଙ୍କୁ କିଛି ସୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ ଯେ ବିଶ୍ୱ କରାଟେ ଆକାଶର ଦ୍ରୁବତାରା କୁହାଯାଉଥିବା ପ୍ରମୋଦ ରାଉଳଙ୍କ ଘର ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଚାଟମୁଣ୍ଡଳି ଗ୍ରାମର ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଛନ୍ତି । ପ୍ରମୋଦଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି
Related Stories
November 25, 2024