ଭୁବନେଶ୍ୱର । ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୬ ଟି ମାମଲା ରୁଜୁ ହୋଇଛି େ ବାଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୫ ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ଅନ୍ୟ ମାମଲା ରହିଥିବା ଏଥିରେ ପ୍ରକାଶ କରା ଯାଇଛି ।
ଛାତ୍ର କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପାନୀୟଜଳ ବଂଟନ
ଭୁବନେଶ୍ୱର। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ ଦାସଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ପାହାଳ ଠାରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ଭବ ପଟ୍ଟନାୟକ, ସୌମ୍ୟ ରଂଜନ ଜେନା ଓ ପ୍ରତ୍ୟୁଷ ଦାସ ଉପସ୍ଥିତ ଥିଲେ ।