ଭୁବନେଶ୍ୱର – ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ତାଙ୍କର ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ୍ ହୋଇଥିଲା । କାଲିଠାରୁ ଆଇସିୟୁରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି ।
ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ, ବ୍ରାଉନ ସୁଗାର ଜବତ
ଭୁବନେଶ୍ୱର-ଖୋର୍ଧାରୁ ୧୧ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗର ଜବତ କରା ଯାଇଛି । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଥିବା ଜଣା ପଡିଛି । ବ୍ରାଉନ ସୁଗାର ହୋମ ଡେଲିଭରି ବେଳେ ସେ ଅବକାରୀ ବିଭାଗ ପକ୍ଷରୁ ଧରା ପଡିଥିବା ଜଣା ପଡିଛି ।