Related Stories
November 25, 2024
ବ୍ରହ୍ମପୁର: ସାରା ବିଶ୍ୱ ଆଜି କରୋନା ଭଳି ମହାମାରୀରେ ପୀଡିତ ହୋଇଥିବା ବେଳେ ବ୍ରହ୍ମପୁରର କେତେକ ସହୃଦୟ ବ୍ୟକ୍ତି କରୋନା ଯୋଦ୍ଧାଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକରି ତଥା ଏହିଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟକରି କରୋନା ଯୋଦ୍ଧାଭାବେ ପରିହିତ ହୋଇଛନ୍ତି । ମଙ୍ଗଳବାର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପର ବିଧାୟକ ବିକ୍ରମ କୁମାର ପଣ୍ଡା ଏହିଭଳି କିଛି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି । ସେଥିରେ ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ ଯିଏକି ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ସମ୍ମାନିତ ହୋଇଛନ୍ତି ସ୍ୱେଚ୍ଛାକୃତ ଭାବେ ସାମାଜିକ କାର୍ଯ୍ୟ ପାଇଁ । ଜିଲ୍ଲା ଯୁବ ବିଜେଡି ସଭାପତି ଏନ୍.ଧନଞ୍ଜୟ ରାଓ ଯିଏକି ଏହିଭଳି ଘଡିସନ୍ଧି ମୂହୁର୍ତ୍ତରେ ନିଜର ସୁରକ୍ଷା ଚିନ୍ତାନକରି ସମାଜରେ ଅସହାୟ ଓ ଗରିବ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ବିଜୟ ସାମଲ ଯିଏକି ଜୀବନବିନ୍ଦୁ ଭଳି କାର୍ଯ୍ୟକରି ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଇଛନ୍ତି । ଅକ୍ଷୟ ପତି ଓ ଶ୍ରୀକାନ୍ତ ସାବତ ଯିଏକି ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଖାଦ୍ୟ, ପାନୀୟ ସୁବିଧା କରିଛନ୍ତି । ଏହିଭଳି କରୋନା ଯୋଦ୍ଧାଙ୍କୁ ସାଂସଦ ତାଙ୍କ ନିଜ କାର୍ଯ୍ୟାଳୟରେ ସମ୍ମାନିତ କରିଛନ୍ତି । କାର୍ଯ୍ୟକ୍ରମରେ ସଞ୍ଜିତ ପାଣିଗ୍ରାହୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ମଦନ ଦଳାଇ, ଏସ୍.କେ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।