Related Stories
November 25, 2024
ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର ସଂଘ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ଡାକ୍ତରମାନେ ଗଞ୍ଜାମ ଜିଲ୍ଲାର ସମସ୍ତ ସଙ୍ଗରୋଧ ଗୃହରେ ବିଦେଶ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କୋଭିଡ-୧୯ର ଲକ୍ଷଣ ଦେଖିଲେ ସେମାନଙ୍କୁ କୋଭିଡ କେର୍ ସେଣ୍ଟରକୁ ପ୍ରେରିତ କରିବା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି ଓ ସ୍ୱାସ୍ଥ୍ୟ ମେଡିକାଲ୍ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ଏମାନଙ୍କର ନା ଅଛି ଚାକିରିରେ ସ୍ତାୟୀତ୍ୱ ନା ନିର୍ଦ୍ଦିଷ୍ଟ ଭବିଷ୍ୟତ । ତଥାପି ସେମାନେ କୋଭିଡ-୧୯ ହେଉ ବା ବାତ୍ୟାର ପ୍ରକୋପ ଅବା ବନ୍ୟା ଯେକୌଣସି ପ୍ରକାର ମହାମାରୀରେ ଜାଗ୍ରତ ହୋଇଛନ୍ତି ଓ ସବୁ ସମୟରେ ଗୋତି ଶ୍ରମିକଭଳି କାମ କରନ୍ତି । ସରକାର କିନ୍ତୁ ଭୁଲିଯାଆନ୍ତି । ଏହି କୋଭିଡ-୧୯ରେ ସରକାର ସମସ୍ତ ଗେରୁଲାର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ତଥା ଜୀବନ ବୀମା ଘୋଷଣା, ଅଗ୍ରିମ ଦରମା ଘୋଷଣା କରିଥିବା ବେଳେ ଆୟୂଷ ଡାକ୍ତରଙ୍କ କଥା ଭୁଲି ଯାଇଛନ୍ତି । ତେଣୁ ଆୟୁଷ ଡାକ୍ତରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିନିମନ୍ତେ ଗଞ୍ଜାମ ଜିଲ୍ଲାର ଆର୍ିବିଏସ୍କେ ଡାକ୍ତର ସଂଘ ଦାବିରେ ରେଗୁଲାର କର୍ମଚାରୀ ଭଳି ସରକାରଙ୍କ ପ୍ରଦତ୍ତ ସମସ୍ତ ପ୍ରକାର ପ୍ରୋତ୍ସାହନ ଜୀବନ ବୀମାରେ ସାମିଲ୍ କରାଇବା ଏବେ ପ୍ରୋତ୍ସାହନ ରାଶି ଦୈନିକ ୧୫୦୦ଟଙ୍କା ହିସାବରେ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଡାକ୍ତର ମନୋରଞ୍ଜନ ରଥ ସହ ସମ୍ପାଦକ ଡା. ମନୋଜ କୁମାର ବେହେରା, ଡା. ଚିନ୍ମୟ ପ୍ରଧାନ ସମେତ ମନୋରଞ୍ଜନ ପଣ୍ଡା, ଅରୁଣ ସାହୁ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହିତ ଆପଣମାନେ ହିଁ କୋଭିଡ ଯୋଦ୍ଧା ବୋଲି ସମ୍ବୋଧନ କରିଥିଲେ ।