ଭୁବନେଶ୍ୱର– ଆଜି ଠାରୁ କଟକ-ଭୁବନେଶ୍ୱରର ୭ଟି ରୁଟ୍ରେ ମୋ ବସ୍ ଚଳାଚଳ କରିବ । ପ୍ରତି ଅଧ ଘଂଟା ଅନ୍ତରରେ ବସ୍ ସବୁ ଚାଲିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ବସ୍ ଚାଲିବ ।
୧୦ନଂ. ରୁଟ୍ରେ ଏୟାରପୋର୍ଟରୁ ମୋ ବସ୍ ବାହାରି ପଟିଆ, ଏଜି ସ୍କୋୟାର ମଧ୍ୟ ଦେଇ ସିଡ଼ିଏ କଟକ ଯିବ । ସେହିପରି ୧୧ ନଂ. ରୁଟରେ ନନ୍ଦନ ବିହାରରୁ ବାହାରୁଥିବା ବସ୍ ମାଷ୍ଟର କାଂଟିନ, ବାଣୀବିହାର, କଳ୍ପନା ଦେଇ ଲିଙ୍ଗିପୁର ଯିବ । ୧୬ ନଂ. ରୁଟ୍ରେ ମାଷ୍ଟର କ୍ୟାଂଟିନରୁ ବାହାରୁଥିବା ମୋ ବସ୍ ରସୁଲଗଡ଼ ବାଦାମ ବାଡ଼ି ଦେଇ କଟକ ସିଡ଼ିଏ ଯିବ । ୨୦ ନଂ. ରୁଟ୍ରେ ମାଷ୍ଟରକ୍ୟାଂଟିନ୍ରୁ ମୋ ବସ୍ ବାହାରି ଭାୟା ବାଣୀବିହାର, ବରମୁଣ୍ଡା ଦେଇ ଖୋର୍ଦ୍ଧା ଯିବ । ୨୩ ନଂ. ରୁଟରେ ମାଷ୍ଟରକ୍ୟାଂଟିନରୁ ମୋ ବସ୍ ବାହାରି ଫାୟାର ଷ୍ଟେସନ ଦେଇ ସମ୍ ହସ୍ପିଟାଲକୁ ଯିବ । ୨୫ ନଂ. ରୁଟ୍ରେ ଡୁମୁଡୁମୁାରୁ ମୋ ବସ୍ ବାହାରି ଭାୟା ମାଷ୍ଟର କ୍ୟାଂଟିନ୍ ଦେଇ ମଂଚେଶ୍ୱର ଯିବ ଏବଂ ୨୭ ନଂ. ରୁଟ୍ରେ ମୋ ବସ୍ ମାଷ୍ଟରକ୍ୟାଂଟିନରୁ ବାହାରି ଭାୟା ଫାୟାରଷ୍ଟେସନ, ବରମୁଣ୍ଡା ଦେଇ ଏମ୍ସକୁ ଯିବ । ଏହି ବସ୍ରେ ଯେତିକି ସିଟ୍ ସେତିକି ଲୋକ ଯିବେ । ଥଣ୍ଡା ଓ କାଶ ଥିବା ବ୍ୟକ୍ତିମାନେ ଯାତ୍ରା କରିପାରିବେ ନାହିଁ । ଛିଡ଼ା ହୋଇ ମଧ୍ୟ କେହି ଯାଇପାରିବେ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ବିନା ଏ.ସିରେ ମୋ ବସ୍ ଚାଲିବ । ସାମାଜିକ ଦୂରତା ରକ୍ଷା କରିବେ । ଯାତ୍ରୀମାନେ ଟିକେଟର ସଠିକ୍ ମୂଲ୍ୟର ଖୁଚୁରା ଦେବେ ।