ନୂଆଦିଲ୍ଲୀ– କେନ୍ଦ୍ରରେ ମୋଦୀ ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିବାକୁ ଯାଉଛି । କରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ୧୦୦୦ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିବ । ବିଜେପି ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ପ୍ରେସ କନଫରେନ୍ସ ଓ ଭର୍ଚୁଆଲ ରାଲି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ଲିଖିତ ଏକ ପତରେ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ, ବିଶ୍ୱ କଲ୍ୟାଣ ପାଇଁ ଭାରତର ଭୂମିକା ଓ କୋଭିଡ-୧୯ ନେଇ ସତର୍କତା ଏବଂ ସୁସ୍ଥ ରହିବା ପାଇଁ ଭଲ ଅଭ୍ୟାସ ସଂକଳ୍ପର ଆହ୍ୱାନକୁ ଦେଶର ୧୦ କୋଟି ଘରକୁ ପହଞ୍ଚାଯିବ ।
ମୋଦୀ ସରକାର-୨ର ଏକ ବର୍ଷ ପୂର୍ତ୍ତି ଅବସରରେ ସାମାଜିକ ଦୂରତା ଓ ଗୃହମନ୍ତ୍ରାଳୟର ଗାଇଡଲାଇନକୁ ଅନୁସରଣ କରି ୧୦୦୦ ଭର୍ଚୁଆଲ ପ୍ରେସ କନଫରେନ୍ସ ସହ ୭୫୦ ଭର୍ଚୁଆଲ ରାଲିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଏହି ସମୟରେ ପାର୍ଟର କର୍ମୀମାନେ ନିଜ ନିଜ ମଣ୍ଡଳରେ ଫେଓ କଭର ଓ ସାଇଟାଇଜର ବାଣ୍ଟିବେ । ଏଥିରେ କୁହାଯାଇଛି ଯେ, ପତ୍ର ବାଣ୍ଟିବା ସମୟରେ କର୍ମୀମାନେ କଣ୍ଟେନମେଣ୍ଟ ଜୋନ, କ୍ୱାରେଣ୍ଟାଇନ ସେଣ୍ଟର ଓ ସର୍ବସାଧାରଣ ସ୍ଥଳକୁ ନ ଯାଆନ୍ତୁ ।