ନୂଆଦିଲ୍ଲୀ-ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ମଙ୍ଗଳବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୫୫ ଲକ୍ଷ ୮୬ ହଜାର ୭୦୭ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୩ ଲକ୍ଷ ୪୭ ହଜାର ୮୫୨ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଖୁସିର କଥା ହେଲା ଯେ, ମାରାତ୍ମକ ଭାଇରସ କରୋନାରୁ ବିଶ୍ୱରେ ୨୩ ଲକ୍ଷ ୬୫ ହଜାର ୪୪୬ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେବି ୨୮ ଲକ୍ଷ ୭୩ ହଜାର ୪୦୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୩ ହଜାର ୧୬୭ ଜଣ ଗୁରୁତର ଅଛନ୍ତି ।
କରୋନା ଭାଇରସ ଯୋଗୁଁ ସଂଯୁକ୍ତ ରାଷ୍ଟ୍ର ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୧୭ ଲକ୍ଷ ୬ ହଜାର ୨୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୯ ହଜାର ୮୦୫ ଜଣଙ୍କର ମୃତ୍ୟୁ ହୋଇଛି । ଚାରି ଲକ୍ଷ ୬୪ ହଜାର ୬୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୪୧ ହଜାର ୭୫୧ ଜଣ ସକ୍ରିୟ ଅଛନ୍ତି । ଏଥିରୁ ୧୭ ହଜାର ୧୧୪ ଜଣଙ୍କ ଅବସ୍ଥା ଗୁରୁତର ଅଛି ।