ନୂଆଦିଲ୍ଲୀ– ଦେଶର ବିଭିନ୍ନ ସହରରେ ମେ’ ୨୫ ତାରିଖ ଠାରୁ ବିମାନ ସେବା ଆରମ୍ଭ ହୋଇଯାଇଛି । ସୋମବାର ପାଖାପାଖି ୫୦୦ ବିମାନ ଉଡିଥିଲା । ଆଜିଠାରୁ ଚେନ୍ନାଇ ବିମାନ ବନ୍ଦରରୁ ବିମାନ ଉଡ଼ିବ । ଫଳରେ ତାମିଲନାଡୁର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଆଜି ଚେନ୍ନାଇ ବିମାନ ବନ୍ଦରରରୁ ୨୦ଟି ବିମାନ ଉଡିବ । ଏଥିରେ ଏୟାର ଇଣ୍ଡିଆର ଗୋଟିଏ, ଇଣ୍ଡିଗୋର ୧୩ଟି, ସ୍ପାଇସ ଜେଟର ୪ଟି, ଭିସ୍ତାରା ଓ ଏୟାର ଏସିଆର ଗୋଟିଏ ଲେଖାଏଁ ।
ଚେନ୍ନାଇ ବିମାନ ବନ୍ଦରରୁ ପ୍ରଥମ ବିବାନ ପୋର୍ଟବ୍ଲେୟାର ପାଇଁ ଉଡୁଥିବା ବେଳେ ଶେଷ ବିମାନ ହାଇଦ୍ରାବାଦକୁ ଉଡିବ । ସେହିପରି ଆଜି ଚେନ୍ନାଇ ବିମାନ ବନ୍ଦରକୁ ୨୧ଟି ବିମାନ ଆସିବ । ଏଥିରେ ଏୟାର ଇଣ୍ଡିଆର ଗୋଟିଏ, ଇଣ୍ଡିଗୋର ୧୪ଟି, ସ୍ପାଇସ ଜେଟର ୪ଟି, ଭିସ୍ତାରାର ଗୋଟିଏ ଏବଂ ଏୟାର ଏସିଆର ଗୋଟିଏ ବିମାନ ଅବତରଣ କରିବ । ଚେନ୍ନାଇ ବିମାନ ବନ୍ଦରରେ ୮ଟା ୧୫ରେ ପ୍ରଥମ ବିମାନ ଅବତରଣ କରିଥିବା ବେଳେ ଅନ୍ତିମ ବିମାନ ରାତି ସାଢ଼େ ୯ଟାରେ ଅବତରଣ କରିବ ।