ଭୁବନେଶ୍ୱର– ସୋନପୁରରେ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ରାଜ୍ୟର ୨୯ଟି ଜିଲ୍ଲାକୁ ବ୍ୟାପିଛି । ସେହିପରି ଗଂଜାମ ଜିଲ୍ଲା ଆଜି ମଧ୍ୟ ଏହି ତାଲିକାରେ ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୫୮ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୪୨ , ବାଲେଶ୍ୱର ଜିଲ୍ଲାରେ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୧୦୬, ପୁରୀ ଜିଲ୍ଲାରେ ୮୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଟକ ଜିଲ୍ଲାରେ ୭୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ୬୧ ଜଣ, ନୟାଗଡ ଜିଲ୍ଲାରେ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୪୧ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ୩୮ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ବୌଦ୍ଧ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତ, ଦେବଗଡ ଜିଲ୍ଲାରେ ୨୪ହୋଇଛନ୍ତି । ଅନୁଗୁଳ ଜିଲ୍ଲାରେ ୨୫ ଜଣ ଜଣ ଆକ୍ରାନ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୧୯ ଜଣ ଆକ୍ରାନ୍ତ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୨୦ , ମୟୁରଭଂଜ ଜିଲ୍ଲାରେ ୧୫, କଳାହାଣ୍ଡି ଜିଲ୍ଲାରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରେ ୧୩ ଜଣ ଓ ଗଜପତି ଜିଲ୍ଲାରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୭ ଓ ଢେଙ୍କାନାଳ ଜିଲ୍ଲାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୬. ସମ୍ବଲପୁର ଜିଲ୍ଲାରେ ୫ ଜଣ, ଏବଂ ନୂଆପଡା, ନବରଂଗପୁର ଓ. ସୋନପୁର ଓ ବରଗଡରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।