ନୂଆଦିଲ୍ଲୀ-ଦେଶରେ ବିଶ୍ୱ ମହାମାରୀ କରୋନା ରୋଗୀଙ୍କ ସଂଖ୍ୟା ବର୍ତମାନ ଏକ ଲକ୍ଷ ୪୫ ହଜାର ଅତିକ୍ରମ କରିଛି । ଗତ୨୪ ଘଂଟା ମଧ୍ୟରେ ୬୫୪୫ ଟି ନୂଆ ମାମଲା ସାମନାକୁ ଆସିଛି । ଏହା ସହିତ ଦେଶରେ ବର୍ତମାନ ଯାଏ କରୋନା ରୋଗୀଙ୍କ ସଂଖ୍ୟା ୧, ୪୫,୩୮୦ କୁ ବୃଦ୍ଧି ପାଇଛି । ଏଥି ସହିତ, ଗତ୨୪ ଘଂଟା ମଧ୍ୟରେ କରୋନା ଠାରୁ ୧୪୬ ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ଯାଏ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୪୧୬୭ ରେ ପହଂଚିିଛି । ମଙ୍ଗଳବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ ୮୦୭୨୨ ସକ୍ରିୟ ରୋଗୀ ଅଛନ୍ତି । ଗତ୨୪ ଘଂଟା ମଧ୍ୟରେ କରୋନାର ୨୭୭୦ ରାଗୀ ସୁସ୍ଥ ହୋଇଯାଇଛନ୍ତି । ଦେଶରେ ବର୍ତମାନ ଯାଓ ମୋଟ ୬୦୪୯୧ ରୋଗୀ ସୁସ୍ଥ ହୋଇଛନ୍ତି ।
Related Stories
November 23, 2024