ଭୁବନେଶ୍ୱର– ରାଜ୍ୟରେ ଆଜି ପୁଣି ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ସୋନପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟର ୨୯ଟି ଜିଲ୍ଲାରେ କରୋନା ବ୍ୟପିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ଆକ୍ରାନ୍ତ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୬, ବଲାଙ୍ଗୀର ଜିଲ୍ଲାରୁ ୧୪ ଜଣ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ୮ ଜଣ, କନ୍ଧମାଳ ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମ ଜିଲ୍ଲାରୁ ୫ ଜଣ, ବାଲେଶ୍ୱର, ଖୋର୍ଧା ଓ ପୁରୀ ଜିଲ୍ଲାରୁ ୪-୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ନୟାଗଡ ଓ ଢେଙ୍କାନାଳରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋନପୁର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାର ୬ଟି ନୂଆ ମାମଲା ମଧ୍ୟରେ ସମସ୍ତେ କ୍ୱାରେଂଟାଇନ ସେଂଟରର । ତିନି ଜଣ ସୁରତ, ଦୁଇ ଜଣ ପଶ୍ଚିମ ବଙ୍ଗ ଓ ଜଣେ ତାମିଲନାଡୁରୁ ଫେରିଥିଲୋ ସେହିପରି ଝାରସୁଗୁଡାର ଜଣେ ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଥିଲେ ଓ କ୍ୱାରେଂଟାଇନ ସେଂଟରରେ ଥିଲେ । ଯାଜପୁର ଜିଲ୍ଲାର ଦୁଇ ଜଣ ଯାକ ସଂକ୍ରମିତ ପଶ୍ଚିମ ବଙ୍ଗର ଫେରିଥିଲେ ଓ କ୍ୱାରେଂଟାଇନ ସେଂଟରରେ ଥିଲେ ।
ସେହିପରି କେନ୍ଦୁଝର ଜିଲ୍ଲାର ୮ଟି ମାମଲା ମଧ୍ୟରୁ ୬ଟି କ୍ୱାରେଂଟାଇନ ସେଂଟରର ଥିବା ବେଳେ ଦୁଇ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଗୁଜରାତରୁ ୨ ଜଣ ଫେରିଥିବା ବେଳେ ୨ ଜଣ ବିହାରରୁ ଓ ଜଣେ ଜଣେ ତାମିଲନାଡୁ ଓ ମହାରାଷ୍ଟ୍ରରୁ ଫେରିଥିଲେ । ବାଲେଶ୍ବର ଜିଲ୍ଲାରେ ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଛନ୍ତି । ଜଣେ ତେଲେଙ୍ଗାନାରୁ ଫେରିଥିଲେ ଓ କ୍ୱାରେଂଟାଇନ ସେଂଟରରେ ଥିଲେ ।
ବଲାଙ୍ଗୀରର ସମସ୍ତ ୧୪ ଜଣ କ୍ୱାରେଂଟାଇନ ସେଂଟରେ ଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ପଶ୍ଚିମ ବଙ୍ଗ, ୬ ଜଣ ମହାରାଷ୍ଟ୍ର, ଓ ଜଣେ ତାମିଲନାଡୁରୁ ଫେରିଥିଲେ । ଢେଙ୍କାନାଳ ଜିଲ୍ଲାର ୩ ଜଣ ଯାକ କ୍ୱାରେଂଟାଇନ ସେଂଟରରେ ଥିଲେ । ଜଣେ ମହାରାଷ୍ଟ୍ରରୁ ଓ ୨ ଜଣ ତେଲେଙ୍ଗାନାରୁ ଫେରିଥିଲେ । କଟକର ୧୬ ଜଣଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଂଟାଇନରେ ଥିଲା ବେଳେ ଜଣେ ସ୍ଥାନୀୟ ଲୋକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ୩ ଜଣ ପଶ୍ଚିମ ବଙ୍ଗ , ୨ ଜଣ ଆନ୍ଧ୍ର ପ୍ରଦେଶ, ତିନି ଜଣ ଦୁବାଇ ଓ ଜଣେ ତାମିଲନାଡୁରୁ ଫେରିଥିଲେ ।