ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ବିବାଦୀୟ ବକ୍ତବ୍ୟ ଦେଇଥିବା କଂଗ୍ରେସ ନେତା ତଥା ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଅଲକା ଲାମ୍ବାଙ୍କ ବିରୁଦ୍ଧରେ ଲକ୍ଷେ୍ନୌର ହଜରତ ଗଂଜ ଥାନାରେ ଏକ ଏଫଆଇଆର ରୁଜୁ ହୋଇଛି । ଉତର ପ୍ରଦେଶର ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ କମିଶନର ସଦସ୍ୟ ପ୍ରୀତି ବର୍ମା ଏହି ମାମଲା ରୁଜୁ କରିଛନ୍ତି ।
ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ଅଲକା ଲାମ୍ବା ମଇ ମାସ ୨୫ ତାରିଖ ଦିନ ରାତିରେ ଏକ ଭିଡିଓ ଅପଲୋଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଆପତିଜନକ ଶବ୍ଦ ପ୍ରୟୋଗ କରିଥିଲେ ।