ଗଞ୍ଜାମ– ଟ୍ରେନ୍ ଚାଲିବା ପରେ ପ୍ରବାସୀ ଓଡ଼ିଆ ମାନେ ଓଡ଼ିଶା ମୁହାଁ ହୋଇଛନ୍ତି । ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରୁଥିବା ବେଳେ ଗତକାଲି ସକାଳ ଠାରୁ ରାତି ସୁଦ୍ଧା ୧୪ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଂଚିଛି । ତନ୍ମଧ୍ୟରେ ମୁମ୍ବାଇରୁ ଦୁଇଟି, ତାମିଲନାଡ଼ୁରୁ ଗୋଟିଏ, ଏବଂ ସୁରତରୁ ୫ଟି ଟ୍ରେନ୍ ସଂନ୍ଧ୍ୟା ପୂର୍ବରୁ ପହଂଚିଥିବା ବେଳେ ଏସବୁ ଟ୍ରେନ୍ ରୁ ପ୍ରାୟ ୨୦ ହଜାର ପ୍ରବାସୀ ଓହ୍ଲାଇଥିବା ନେଇ ଆରପିଏଫ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସୂଚନା ଦେଇଛନ୍ତି । ଗତକାଲି ରାତି ସୁଦ୍ଧା ଆଉ ୬ଟି ଟ୍ରେନ୍ ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡ଼ୁରୁ ଆସିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଷ୍ଟେସନ ମ୍ୟନେଜର ଦୂର୍ଗା ପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି । ଟ୍ରେନରୁ ଓହ୍ଲାଇବା ପରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଯାଇଛି । ସେମାନଙ୍କୁ ନିଜ ନିଜ ବ୍ଲକର କ୍ୱାରେଂଟାଇନ ସେଂଟରକୁ ବସ୍ ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି । ଏହି ପ୍ରବାସୀ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାର ସୁରତ ଫେରନ୍ତା ରହିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ସମସ୍ତ ଟ୍ରେନ୍ ବ୍ରହ୍ମପୁରରେ ପହଂଚିବା ପରେ ଷ୍ଟେସନରେ ଜନଗହଳି ଏଡାଇବା ପାଇଁ ସମୟ ବ୍ୟବଧାନ ରଖାଯାଇଛି । ସଂକ୍ରମଣକୁ ଏଡାଇବା ପାଇଁ ଷ୍ଟେସନରେ ଗତ ୨୪ ତାରିଖ ଠାରୁ ୧୪୪ ଧାରା ବଳବତର ରହିଛି । ଆଗକୁ ଟ୍ରେନ୍ ସଂଖ୍ୟା ବଢିବ ବୋଲି କୁହାଯାଇଛି ।