ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ବିଭିନ୍ନ ପୋଲିସ ଥାନା ଅଂଚଳରେ କୋଭିଡ଼୍-୧୯ ଲକ୍ ଡାଉନ୍ କଟକଣାକୁ ଅବମାନନା କରି ମାସ୍କ ବ୍ୟବହାର କରୁନଥିବା ଅଭିଯୋଗରେ ପ୍ରତ୍ୟେକ ବ୍ୟକ୍ତି ଠାରୁ ୨୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଉଛି । ଗତ ରବିବାର ଦିନ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ୫ ଜଣଙ୍କ ଠାରୁ ୧୦୦୦ ଟଙ୍କା ଜୋରିମାନା ବାବାଦକୁ ଆଦାୟ କରିଛି । ସେହିପରି ଗୁରାଣ୍ଡି ଥାନା ପକ୍ଷରୁ ୫ ଜଣଙ୍କ ନିକଟରୁ ୧୦୦୦ ଟଙ୍କା, ରାୟଗଡ଼ ଥାନା ପୋଲିସ ତିନି ଜଣଙ୍କ ଠାରୁ ୬୦୦ ଟଙ୍କା, ସେରଙ୍ଗ ଥାନା ତିନି ଜଣଙ୍କ ଠାରୁ ୬୦୦ ଟଙ୍କା, ଅଡ଼ବା ଥାନା ପୋଲିସ ୪ ଜଣ ବ୍ୟକ୍ତିଙ୍କ ଠାରୁ ୮୦୦ ଟଙ୍କା ଜୋରିମାନା ବାବାଦକୁ ଆଦାୟ କରିଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।