ନିମନ୍ତ୍ରିତ ଅତିଥି ମାନେ ଦେଶର ପ୍ରଗତିରେ ଯୁବ ସମାଜର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟତଃ ଏହି କୋଭିଡ୍-୧୯ ମହାମାରୀ ସମୟରେ କିପରି ଭାବରେ ଯୁବସମାଜର ଜନସାଧାରଣଙ୍କ ପାଇଁ ଗୁରୁତ୍ୱ ବଢିଯାଇଛି ଏବଂ କିପରି ଭାବରେ ଏମାନେ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ପାରିବେ । ସେ ଉପରେ ଆଲୋଚନା କରିଥିଲେ । ଉପସ୍ଥିତ ଯୁବଗଣ ଯେଉଁ ମାନେ ମୁଖ୍ୟତଃ ଛାତ୍ରଗୋଷ୍ଠୀର ଅଟନ୍ତି, ସେମାନେ ମଧ୍ୟ ନିଜ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ ଏବଂ ସରକାରଙ୍କର ଗାଇଡ୍ ଲାଇନ୍ ମାନି ଏହି ପରିସ୍ଥିତିର ମୁକାବିଲା କରିବା ସହ ଆଗାମୀ ଦିନରେ ନିଜ ନିଜ ଅଞ୍ଚଳର ଗରିବ, ଅସହାୟ ଲୋକଙ୍କ ଅସୁବିଧା ଦୂର କରିବାରେ ପଦକ୍ଷେପ ନେବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ।
ସଂଗଠନର ପରିଚାଳକ ଜୟସୁରଜ ପଟ୍ଟନାୟକଙ୍କ ସମେତ ମାନସ ରଞ୍ଜନ ମହାନ୍ତି, ମୋନାଲିସା ନାୟକ, ଦିପକ କୁମାର ସାହୁ, ସୁଶୀଲ ମହାନା, ବିଶ୍ୱଜିତ ପ୍ରଧାନ, ସୁବୀ ଖାନ, ସନ୍ଦିପ ସୁପ୍ରିୟ ମହାନ୍ତି, ରଶ୍ମି, ଦୀପ୍ତିମୟୀ ଦାସ, ମଧୁସ୍ମିତା ମାର୍ଥା, ପ୍ରତୀକ୍ଷା ପାହାଡ଼ସିଂ ଏବଂ ଅନ୍ୟ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଛି । ଶେଷରେ ଅତିଥିଙ୍କ ସହ ସଭ୍ୟମାନେ ମିଶି ଏକ ବୃକ୍ଷଶୂନ୍ୟ ସ୍ଥାନରେ କିଛି ବୃକ୍ଷରୋପଣ କରିଥିଲେ। ସାମାଜିକ ଦୂରତ୍ୱ ରକ୍ଷା କରି ଏବଂ ମାସ୍କ ର ବ୍ୟବହାର କରି ଅତି ସାବଧାନତାର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।