-
ଦିଗପହଣ୍ଡି ସିଡିପିଓଙ୍କୁ ବଦଳି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର ମହଙ୍ଗା ପଡିଲା
ବ୍ରହ୍ମପୁର: ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ଆକସ୍ମିକ ଭାବେ ରାତିଅଧିଆ ବଦଳି କରାଯାଇଥିବା ସୂଚନା ମିଳିଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସିଡିପିଓଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୁରକ୍ଷା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବିଡିଓ ହଳଧର ଶବରଙ୍କୁ ଅସ୍ଥାୟୀ ଭାବେ ସିଡିପିଓ ଦାୟୀତ୍ୱ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ସୋମବାର ବିଡିଓ ସିଡିପିଓଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଅଙ୍ଗନୱାଡ଼ି ସୁପରଭାଇଜର ଇନ୍ଦିରା ମହାପାତ୍ରଙ୍କୁ ଅଫିସ୍ ଓ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ଦାୟୀତ୍ୱ ଗ୍ରହଣ କରିଛନ୍ତି । ଅଙ୍ଗନୱାଡ଼ି ସୁପରଭାଇଜର ଇନ୍ଦିରା ମହାପାତ୍ରଙ୍କୁ ଅଫିସ୍ ଓ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ଦାୟୀତ୍ୱ ଭାର ଅର୍ପଣ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବ୍ଲକ୍ କରପଡା ପଞ୍ଚାୟତ ଅଧିନ ଗାଁ ମାନଙ୍କରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ଅଣ୍ଡା ଯୋଗାଣରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବାପରେ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ବଦଳି କରିଥିବା ଜଣାପଡିଛି । ଦିଗପହଣ୍ଡି ବ୍ଲକ୍ର ପଞ୍ଜିକୃତ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାସିକ ୧୨ଟି ଅଣ୍ଡା ବଦଳରେ ୫ଟି ଅଣ୍ଡା ମିଳୁଥିବା ବେଳେ ପ୍ରାକ୍ ବିଦ୍ୟାଳୟରେ ପଞ୍ଜିକୃତ ଶିଶୁଙ୍କୁ ମାସିକ ୨୦ଟି ଅଣ୍ଡା ବଦଳରେ ୬ଟି ଅଣ୍ଡା ମିଳୁଥିବା ନେଇ ଜଣାପଡିବାପରେ ଏନେଇ ପ୍ରଶାସନିକ ତଦନ୍ତ ହେବା ପରେ ସିଡିପିଓଙ୍କୁ ବଦଳି କରାଯାଇଥିବା ଜଣାପଡିଛି । ଏଭଳି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଅଣ୍ଡା ବଣ୍ଟନରେ ଅନିୟମିତତା ଅଭିଯୋଗ ଆସୁଛି । ବର୍ତ୍ତମାନ ପୋଲସରା, ଆସିକା, ଛତ୍ରପୁର, ଖଲ୍ଲିକୋଟ, ଚିକିଟି, ପାତ୍ରପୁର, ବେଗୁନିଆପଡା ବ୍ଲକ୍ରେ ସୁରକ୍ଷିତ ଭାବେ ଜିଲ୍ଲାପାଳଙ୍କ ପାଇଲେଟ ପ୍ରଜେକ୍ଟକୁ ସେଠାକାର ବ୍ଲକ୍ ପ୍ରଶାସନ ଓ ସିଡିପିଓମାନେ ତଦାରଖକରି ଅଙ୍ଗନୱାଡ଼ି କର୍ମୀମାନେ ଘରକୁ ଘର ବୁଲି ସୁରୁଖୁରୁରେ ଅଣ୍ଡା ବଣ୍ଟନ କରୁଛନ୍ତି । ଯାହାକି ହିତାଧିକାରୀମାନେ ଠିକ୍ ସମୟରେ ଠିକ୍ ପରିମାଣର ପୃଷ୍ଟିକର ଖାଦ୍ୟ ପାଉଛନ୍ତି । ଜିଲ୍ଲାର ୨୨ଟି ବ୍ଲକ୍ ମଧ୍ୟରୁ ୭ଟିକୁ ଛାଡିଲେ ଅନ୍ୟ ୧୫ଟି ବ୍ଲକ୍ ଓ ବ୍ରହ୍ମପୁର ମହାନଗର ନିଗମର ୨ଟିରେ ଅଙ୍ଗନୱାଡ଼ି କର୍ମୀ ଓ ସିଡିପିଓମାନଙ୍କ ଅସହଯୋଗ ଯୋଗୁ ବର୍ତ୍ତମାନ ସୁଦ୍ଧା ନିରୀହ ହିତାଧିକାରୀମାନେ ଠିକ୍ ସମୟରେ ଅଣ୍ଡା ପାଇବାରୁ ବଞ୍ôଚତ ହେଉଛନ୍ତି । ଏବଂ କାହା ସ୍ୱାର୍ଥରେ ଓ କେଉଁ ପରିସ୍ଥିତିରେ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରୁଛନ୍ତି ତାହା ସନ୍ଦେହଘେରକୁ ଆଣିଛି ।