ବ୍ରହ୍ମପୁର : କରୋନା ମହାମାରୀ ଭୂତାଣୁ ସଂକ୍ରମଣକୁ ଭୟ କରି ରକ୍ତଦାତାଙ୍କ ସଂଖ୍ୟା କମିଯାଇଥିବାରୁ ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରିହ ରୋଗୀ ଅନେକ ସମୟରେ ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କଠାରୁ ଅନୁମତି ଆଣି ସୋମବାର ବ୍ରହ୍ମପୁର ଟାଉନଥାନା ପରିସରରେ ଭାରପ୍ରାପ୍ତ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଥାନାର ୧୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ସମେତ ଥାନା ଅଞ୍ଚଳର ବହୁ ସମାଜସେବୀ ଓ ସାମାଜିକ କର୍ମୀ ଯୋଗଦେଇ ଉତ୍ସାହର ସହ ରକ୍ତଦାନ କରିଥିଲେ । ୩୨ଟି ରକ୍ତ ୟୁନିଟ୍ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ରମରେ ଟାଉନ୍ଏସ୍ଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସାମାଜିକ କର୍ମୀ ଆର.ମୁରଲୀ ମୋହନ, ବାଲାଜୀ ରେଡ଼ୀ,ସୌମ୍ୟରଞ୍ଜନ ସୁରଙ୍କ ସମେତ ବହୁ ସମାଜସେବୀ ଯୋଗଦେଇଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀମାନେ ଯୋଗଦେଇ ରକ୍ତସଂଗ୍ରହରେ ସହଯୋଗ କରିଥିଲେ ।
Related Stories
November 25, 2024