
ବ୍ରହ୍ମପୁର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ଦ୍ୱାଦଶ ଦିବସ ଅବସରରେ ସୋମବାର ମହାନଗର ଯୁବ ବିଜେଡି ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ସେଲ୍ଟେକ୍ସ ରୋଡ୍ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି, ଓଡ଼ିଶା ରାଜ୍ୟ ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କୋଠାବାଡି ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଦ୍ମଶ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ୨ମିନିଟ୍ ନୀରବ ପ୍ରାର୍ଥନାକରି ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ବାଲ୍ୟ ଅବସ୍ଥାରୁ କିପରି ଦେଶ ଓ ଜାତି ପାଇଁ କାର୍ଯ୍ୟକରି ଆସିଛନ୍ତି ତାଙ୍କ ଠାରୁ ଆମେ କିଛି ଶିଖିବାର ଅଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଯୁବ ବିଜେଡି ସଭାପତି ଏନ୍.ଧନଞ୍ଜୟ ରାଓ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ସୁବାଶ ଚନ୍ଦ୍ର ମହାରଣା, ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ତୁମ୍ବନାଥ ପଣ୍ଡା, ମହାନଗର ଉପସଭାପତି ଆର୍.ମୂରଲୀମୋହନ, ଏସ୍.ଏ ଖାଲିଲ, ପ୍ରଶନ୍ନ ଗନ୍ତାୟତଙ୍କ ସମେତ ବହୁ ଦଳୀୟ କର୍ମୀ ଓ ମହାନଗର ଯୁବ ବିଜେଡିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।