
-
ସରକାରୀ ପ୍ରକଳ୍ପ ପରିଚାଳନା ପାଇଁ ବୁଝାମଣା ପତ୍ର ସାକ୍ଷାରିତ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ସମସ୍ତ ସରକାରୀ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାର ବିକାଶ ପାଇଁ ବିଏମ୍ସି ଓ ଏଚ୍ଡିଏଫ୍ସି ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସାକ୍ଷାରିତ ହୋଇଛି । ଏହାହେଲେ ନିଗମର ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭକରି ଦେୟ ନେଣଦେଣର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ବା କମ୍ପ୍ୟୁଟିରୀକରଣ ହୋଇପାରିବ । ସମସ୍ତ କାର୍ଯ୍ୟକୁ ସ୍ୱତନ୍ତ୍ର ଡିଜାଇନ୍ ଦ୍ୱାରା ପରିକଳ୍ପିତ ପ୍ରୟୋଗଗୁଡିକ ମାଧ୍ୟମରେ ନଜର ରଖାଯିବା । ଯେଉଁଥିରେ କି ଜିପିଏସ୍, ଫଟୋଗ୍ରାଫ୍ ସହ ଅନ୍ଲାଇନ୍ରେ ତଥ୍ୟର ଉପଲବ୍ଧ ମାଧ୍ୟମରେ ପ୍ରକୃତ ମନିଟରିଂ କରାଯାଇପାରିବ । ଜୁନ୍ ପହିଲା ଠାରୁ ପରୀକ୍ଷାମୂଳକ ଭାବେ ଏଚ୍ଡିଏଫ୍ସି ବ୍ୟାଙ୍କ ନିଗମର ସମସ୍ତ କାର୍ଯ୍ୟକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ କରିବ । ଯାହାକି ୧ମାସ ମଧ୍ୟରେ ସମସ୍ତ ତଥ୍ୟ କମ୍ପ୍ୟୁଟରୀକରଣ ହୋଇପାରିବ । ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ମୂଲ୍ୟ ଏଚ୍ଡିଏଫ୍ସି ବ୍ୟାଙ୍କ ବହନ କରିବ । ଏହା ହୋଇପାରିଲେ ନିଗମ ଅଧିନସ୍ଥ ସମସ୍ତ ପ୍ରକଳ୍ପ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୃଷ୍ଟି କରିବା ସହ ଉନ୍ନତ ପରିଚାଳନା ପାଇଁ ସମସ୍ତ ତଥ୍ୟ ଜନସାଧାରଣ ନିକଟରେ ପହଞ୍ôଚପାରିବ ବୋଲି ବୁଝାମଣା ସାକ୍ଷାରିତ କରିବା ଅବସରରେ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି ।