ଭୁବନେଶ୍ୱର – ରାଜ୍ୟ ସରକାର ୫-ଟି ନୀତି ଉଲଂଘନ ପ୍ରତିବାଦରେ, ସର୍ଭିସ ରେଗୁଲେସନ କରିବା ପାଇଁ ନୀତି ନିୟମ ମାନି ପ୍ରକୃତ ଟ୍ରେଡ଼୍ ୟୁନିୟନ ସହ ଆଲୋଚନା ଏବଂ ଓଏସ୍ବି ନିୟମ ମାନି ଜୁନିଅର ଟେକ୍ନିସିଆନସ୍ମାନଙ୍କୁ ତୁରନ୍ତ ପଦୋନ୍ନତି ଦେବା ଦାବିରେ ନିଖିଳ ଓଡ଼ିଶା ବିଦୁ୍ୟତ୍ ମଜଦୁର ମହାସଂଘ ସେପ୍ଟେମ୍ବର ୩୦ ତାରିଖ ଠାରୁ ଆନେ୍ଦାଳନକୁ ଓହ୍ଲାଇବ । ଉକ୍ତ ଦିନ ଠାରୁ ଓପିଟିସିଏଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରତିବାଦ ସ୍ୱରୂପ ଗଣଧାରଣା ଦିଆଯିବ ବୋଲି ମହାସଂଘର କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ଭୋଇ ଏବଂ ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା ମଙ୍ଗଳବାର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।
ସେମାନେ କହିଛନ୍ତି ଯେ ବିଦୁ୍ୟତ୍ ବିଭାଗ କର୍ମଚାରୀମାନଙ୍କ ପାଇଁ ଗୋଟିଏ ସର୍ଭିସ ରେଗୁଲେସନ ହୋଇପାରିଲା ନାହିଁ । ଆଇଟିଆଇ ତାଲିମପ୍ରାପ୍ତ ବିଦ୍ୟାର୍ଥୀ କୁଶଳୀ ଶ୍ରେଣୀରେ ଗଣା ଯାଉଥିବା ବେଳେ ଓଟିପିସିଏଲ୍ରେ ଆଇଟିଆଇ ତାଲିମପ୍ରାପ୍ତ କର୍ମଚାରୀମାନେ ଦୀର୍ଘ ସାତବର୍ଷ ହେବ ଅର୍ଦ୍ଧକୁଶଳୀ ଶ୍ରେଣୀରେ ବିନା ପଦୋନ୍ନତିରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ ୫- ଟି ନୀତିକୁ ଓପିଟିସଏଲ୍ କର୍ତୃପକ୍ଷ ବାରମ୍ବାର ଉଲଂଘନ କରୁଛନ୍ତି । ସର୍ଭିସ ରେଗୁଲେସନ କରିବା ପାଇଁ ଯେଉଁ ନୀତି ନିୟମ ମାନିବାକୁ ପଡେ଼ ସେ ସବୁକୁ ଓପିଟିସଏଲ୍ କର୍ତୃପକ୍ଷ ଅଣଦେଖା କରି ଏକ ଅନାମଧେୟ ପଞ୍ଜିକୃତ ନଥିବା ମଂଚ ସହ ଆଲୋଚନା କରାଯାଉଛି ।ଗ୍ରୀଡ୍କୋ, ଓଇଆରସି ଦ୍ୱାରା ପରିଚାଳିତ ଅନ୍ୟ ଡ଼ିସକମମାନେ ଏହି ଓଏସ୍ବି ନିୟମ ଅନୁସାରେ କର୍ମଚାରୀମାନଙ୍କୁ ପଦୋନ୍ନତି ଦେଉଥିବା ବେଳେ ଓପିଟିସିଏଲ୍ ଏହାକୁ ନ ମାନି ଭିନ୍ନ ଏକ ପରମ୍ପରା ସୃଷ୍ଟି କରୁଛି । ଓଏଚ୍ପିସି ଆଇଟିଆଇ ଟେନି୍ରଂ ନେଇ ସାରଥିବା କର୍ମଚାରୀମାନଙ୍କୁ କୁଶଳୀ ଶ୍ରେଣୀରେ ନିଯୁକ୍ତ ଦେଉଥିବା ବେଳେ ଓପିଟିସିଏଲ୍ ସାତ ବର୍ଷ ହେବ ଆଇଆଇଟି କର୍ମଚାରୀମାନଙ୍କୁ ଅର୍ଦ୍ଧକୁଶଳୀ ଶ୍ରେଣୀରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଆସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।