ଭୁବନେଶ୍ୱର– ରାଜ୍ୟ ସରକାର ଆଜି ଠାରୁ ବସ ଚଳାଚଳ ପାଇଁ ଅମୁମତି ଦେଇଥିଲେ ସୁଦ୍ଧା ଆଜି ରାଜ୍ୟରେ ବସ ଚଳାଚଳ କରି ନାହିଁ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସରକାରଙ୍କ ଅନୁମତି ପରେ ବସ ଚାଲିବା କଥା । ହେଲେ ଲକଡାଉନ କାରଣରୁ ବସର କର୍ମଚାରୀ ମାନେ ଅନୁପସ୍ଥିତ ଅଛନ୍ତି । ତେଣୁ ବସ ଚଳାଚଳ ସ୍ୱାଭବିକ ହୋଇ ପାରି ନାହିଁ ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଘରୋଇ ବସ ମାଲିକ ସଂଘର ଦାବି ପ୍ରତି ରାଜ୍ୟ ସରକାର ସଚେତବ ଅଛନ୍ତି । ରୋଡ ଟ୍ୟାକ୍ସ ଛାଡ କରିବାକୁ ପ୍ରକ୍ରିୟା ଚାଲିଛି । ବସ ଚଳାଚଳ କଲେ ବସ ଷ୍ଟାଣ୍ଡରେ ସାନିଟାଇଜେସନ କରା ଯିବ । ସେ କହିଛନ୍ତି ଘରୋଇ ବସ ମାଲିକ ସଂଘର ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରା ଯାଉଛି ।