
ଭୁବନେଶ୍ୱର – ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ସାଧାରଣ ସଂପାଦକ ଶ୍ରୀ କେ.ସି. ଭେନୁଗୋପାଳ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଚିବ ରୋଶନ ଲାଲ ବିଟୁଙ୍କୁ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ପ୍ରଭାରୀ ଭାବରେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ବିଟୁ ନୂତନ ଦାୟିତ୍ୱକୁ ନିଷ୍ଠାର ସହ ସଂପାଦନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।