ଭୁବନେଶ୍ୱର– ଗଂଜାମ ଜିଲ୍ଲାରେ ଟ୍ରେନର ଚେନ ଟାଣି ଓହ୍ଲାଇବା ଘଟଣା ପରେ ଏବେ ବଲାଙ୍ଗୀର ଜିଲ୍ଲାର କଂଟାବାଂଜି ଠାରେ ଏପରି ଆଉ ଏକ ଘଟମା ସାମନାକୁ ଆସିଛି । ସୋମବାର ସକାଳେ କଂଟାବାଂଜି ରେଲବେ ଷ୍ଟେସନରେ ତିନି ଶହରୁ ଉର୍ଧ ପ୍ରବାସୀ ଶ୍ରମିକ ଟ୍ରେନର ଚେନ ଟାଣି ଓହ୍ଲାଇଥିବା ଜଣା ପଡିଛି । ଏମାନେ ସମସ୍ତେ ନୂଆପଡା ଓ ବରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଯାତ୍ରୀ ମାନେ ଗୁଜରାତର ଗାନ୍ଧୀନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନେ ଆସୁଥିଲେ । ଆଜି ସକାଳ ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳକୁ ପହଂଚିଛି । ସେମାନେ ଉକ୍ତ ଷ୍ଟେସନରେ ଥିବା ଜଣା ପଡିଛି ।
ଉଲ୍ଲେଖନୀୟ ଏହା ପୂର୍ବରୁ ଗତ କାଲି ଗଂଜାମ ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିଲା ।