ନୂଆଦିଲ୍ଲୀ। ଦେଶରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୬୯୭୭ ନୂଆ ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୫୪ ଜଣ କରୋନା କାରଣରୁ ମୃତ୍ୟୁବରଣ କରିଛନ୍ତି । ସୋମବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଦେଶରେ ମୋଟ କରୋନାର ୧୩୮୮୪୫ଟି ମାମଲା ସାମନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୫୭୭୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪୦୨୧ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ବର୍ତମାନ ୭୭୧୦୩ ସକ୍ରିୟ ମାମଲା ରହିଛି ।