ନୂଆଦିଲ୍ଲୀ – ଦେଶରେ ତାଲା ବନ୍ଦ ଯୋଗୁଁ ଦୀର୍ଘ ଦିନ ଧରି ବିମାନ ଚଳାଚଳ ବନ୍ଦ ରହିଥିବା ବେଳେ ସେମାବାର ଠାରୁ ଆରମ୍ଭ ହୋଇଛି ବିମାନ ସେବା । ଏଭଳି ସ୍ଥିତି ରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଭାବପ୍ରବଣ କରିଦେଇଛି । ଦୀର୍ଘ ୩ ମାସ ଧରି ନିଜ ମାକୁ ଭେଟି ନଥିବା ଏକ ପାଂଚ ବର୍ଷର ଶିଶୁ ବିମାନରେ ଦିଲ୍ଲୀରୁ ବାଙ୍ଗାଲୋର ଏକାକୀ ଯାତ୍ରା କରିଛି । ସୋମବାର ଦିନ ନୂଆଦିଲ୍ଲୀର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।
ସୂଚନା ଅନୁଯାୟୀ ଭିହାନ ଶର୍ମା ନାମକ ଏହି ପାଂଚ ବର୍ଷର ଶିଶୁ ତିନିମାସ ପୂର୍ବରୁ ତାଙ୍କ ପିତାମାତାଙ୍କ ସହ ଜେଜେବାପାଙ୍କୁ ଦେଖା କିରିବାକୁ ଦିଲ୍ଲୀ ଆସିଥିଲେ । କିଛି ଦିନ ପରେ ଭିହାନଙ୍କ ପିତାମାତା ତାଙ୍କୁ ଜେଜେବାପାଙ୍କ ନିକଟରେ ଛାଡି ଫେରିଯାଇଥିଲେ । ସେ କିଛି ଦିନ ରହିବା ପରେ ତାଙ୍କୁ ଫେରାଇ ଆଣିବାକୁ ଚାହିଁଥିଲେ ହେଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଯାଇଥିଲା । ଦୀର୍ଘ ୩ ମାସ ଭିହାନ ବାଙ୍ଗାଲୋରକୁ ଫେରିଛନ୍ତି । ଶିଶୁଟିର ମା ତାଙ୍କୁ ବାଙ୍ଗାଲୋର ବିମାନବନ୍ଦରରେ ନେବାକୁ ଆସିଥିଲେ । ବିମାନ କର୍ମଚାରୀମାନେଭିହାନଙ୍କୁ ନିରାପଦରେ ତାଙ୍କ ମା’ଙ୍କ ନିକଟକୁ ନେଇଥିଲେ ।