
ଜମ୍ମୁ– ସୋମବାର ସକାଳୁ ଜମ୍ମୁ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲ୍ଲାର ମଞ୍ଜଗାମ ଅଂଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଂଟରରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋମବାର ସକାଳେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀର ମିଳିତ ଦଳ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ କୁଲଗାମ ଏବଂ ଶୋପିଆନ୍ ଜିଲ୍ଲାରେ ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଶାସନ ମୋବାଇଲ୍ ଇଂଟରନେଟ୍ ସେବାକୁ ବନ୍ଦ କରିଦେଇଛି ।
ସୂଚନାନୁସାରେ, ସୋମବାର ସକାଳେ ଜିଲ୍ଲାର ମଞ୍ଜଗାମ ଅଂଚଳର ହଞ୍ଜିପୋରା ଅଂଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ପାଇଥିଲେ । ସୂଚନା ପାଇବା ମାତ୍ରେ ସେନାର ୩୪ ଆରଆର, ସିଆରପିଏଫ୍ ଏବଂ ଏସଓଜିର ମିଳିତ ଟିମ୍ ସମଗ୍ର ଅଂଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ସର୍ଚ୍ଚ ଅପରେସନ ସମୟରେ ଏହି ଅଂଚଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ ଏବଂ ପରେ ଏନକାଉଂଟର ଆରମ୍ଭ ହୋଇଥିଲା । ଏନକାଉଂଟରରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ ସୋମବାର ସକାଳେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହେବାପରେ ସ୍ଥାନୀୟ ଲୋକମାନେ ସୁରକ୍ଷା ବାହିନୀ ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଯାହା ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା ।