-
ଦିଲ୍ଲୀରୁ ଜାମ୍ମୁ ପ୍ରଥମ ବିମାନ ଉଡିଲା
ଜାମ୍ମୁ – ଆଜିଠାରୁ ଦେଶରେ ଘରୋଇ ବିମାନ ଯାତ୍ରା ଆରମ୍ଭ ହୋଇଛି । ବିମାନ ସେବା ଆରମ୍ଭ ହେବା ପରେ ପ୍ରଥମ ବିମାନ ସୋମବାର ସକାଳେ ଦିଲ୍ଲୀରୁ ଜାମ୍ମୁ ବିମାନବନ୍ଦରକୁ ଯାତ୍ରା କରିଥିଲା । ୪୦ ଜଣ ଯାତ୍ରୀଙ୍କ ସହ ଏୟାର ଇଣ୍ଡିଆ ବିମାନ ସକାଳ ୮.୪୦ ରେ ଏଠାରେ ପହଂଚିଥିଲା ।
ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ସମୁଦାୟ ପାଂଚଟି ବିମାନ ପହଂଚିବାର କାର୍ଯ୍ୟକ୍ରମ ରହିଛି । ସେ କହିଛନ୍ତି ଯେ କୋଭିଡ -୧୯ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଗାଇଡଲାଇନ୍ ଅନୁସରଣ କରିବା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି ।
କରୋନା ମହାମାରୀକୁ ରୋକିବା ପାଇଁ ସରକାର ମାର୍ଚ୍ଚ ୨୪ ରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ କରିଥିଲେ । ପରବର୍ତୀ ସମୟରେ, ସମସ୍ତ ର୍ନିଦ୍ଧାରିତ ବାଣିଜ୍ୟିକ ଯାତ୍ରୀ ବିମାନକୁ ସ୍ଥଗିତ ରଖାଯାଇଥିଲା । ଗତ ଗୁରୁବାର ଦିନ ଘୋଷଣା କରାଯାଇଥିଲା ଯେ ସୋମବାର ଠାରୁ ଘରୋଇ ବିମାନର ଏକ ତୃତୀୟାଂଶ ବିମାନ ଚଳାଚଳ କରିବ । ତେବେ ଆନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ଜାମ୍ମୁ କାଶ୍ମୀର ପ୍ରଶାସନ ଜାମ୍ମୁ ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ଅବନୀ ଲାଭସା ଏବଂ ଜାମ୍ମୁ ଡେଭଲପମେଂଟ ଅଥରିଟିର ଉପାଧ୍ୟକ୍ଷ ବବିତା ରାକୱାଲଙ୍କୁ ବିମାନ ଯାତ୍ରୀମାନଙ୍କୁ ପରିଚାଳନା କରିବାରେ ଡେପୁଟି କମିଶନର ସୁଷମା ଚୌହାନଙ୍କୁ ନିଯୁକ୍ତ କରିଛି ।