-
ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଲା ଗୁଜୁରାଟ ପ୍ରବାସୀ ଓଡ଼ିଆ ସଂଘ
Related Stories
November 24, 2024
ବ୍ରହ୍ମପୁର: ଆଜିଠାରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ମାଗଣାରେ ଆସିବେ ଗୁଜୁରାଟର ସୁରତ ସହରରୁ ପ୍ରବାସୀ ଓଡ଼ିଆ । ଗୁଜୁରାଟରେ ରହୁଥିବା ଓଡ଼ିଆମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଓଡ଼ିଶା ସରକାର ଗୁଜୁରାଟରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ଆମେ ଚୀର ଋଣି । ଆଜିଠାରୁ ଓଡ଼ିଶାକୁ ଯାଉଥିବା ଗୁଜୁରାଟର ୬ଟି ଟ୍ରେନ୍ରେ ପ୍ରବାସୀ ଓଡ଼ିଆ ମାଗଣାରେ ଯିବେ । ବିନା ପଇସାରେ ଓଡ଼ିଶା ଯାଇପାରିବା । ଯିଏ ବି ପଇସା ମାଗିବ ସ୍ଥାନୀୟ ପ୍ରଶାସନ କିମ୍ବା ଓଡ଼ିଶା ସରକାରଙ୍କ ହେଲ୍ପ ଲାଇନ୍ରେ ଯୋଗାଯୋଗ କରିପାରିବେ ବୋଲି ସୁରତରେ ରହୁଥିବା ଓଡ଼ିଶା ସମାଜର ଯୁବ ସଭାପତି ଗୋପୀନାଥ ସ୍ୱାଇଁ କହିଛନ୍ତି । ସୁରତରୁ ଓଡ଼ିଶା ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏହି ବାର୍ତ୍ତା ଦେଇ ସେ ସୂଚନା ଦେଇଛନ୍ତି । ଫୋନ୍ ଯୋଗେ ଶ୍ରୀ ସ୍ୱାଇଁ ଆମ ପ୍ରତିନିଧିଙ୍କୁ ଦେଇଥିବା ସୂଚନା ପ୍ରକାରେ ଓଡ଼ିଶାକୁ ଆସିବା ପାଇଁ ୭୧୦ଟଙ୍କାରୁ ଆରମ୍ଭକରି ୧୦୦୦/୧୨୦୦ଟଙ୍କା ଏପରିକି ୧୫୦୦ଟଙ୍କାରେ ବ୍ଲାକ୍ରେ ଟିକେ୍ଟ କରି ଆସିବାକୁ ପଡୁଥିଲା । ଶ୍ରୀ ସ୍ୱାଇଁଙ୍କ କହିବା ପ୍ରକାରେ ଓଡ଼ିଶା ସରକାର ଚିଠିକରି ଗୁଜୁରାଟ ସରକାରଙ୍କୁ ଓଡ଼ିଶାକୁ ଆସୁଥିବା ପ୍ରବାସୀ ଓଡ଼ିଆ ସେଠାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଜୀବୀକା ହରାଇ ସର୍ବସ୍ୱାନ୍ତ ହୋଇଛନ୍ତି । ସେମାନେ ଓଡ଼ିଶା ଆସିବା ପାଇଁ ପଇସା ନଥିଲେ ମଧ୍ୟ ନିଜ ଭିଟାମାଟିକୁ ଯିବାପାଇଁ ମୋବାଇଲ୍, ନିଜର ଗ୍ୟାସ୍ ଚୁଲା ଓ ସ୍ତ୍ରୀର ସୁନାରୂପା ବିକ୍ରିକରି ଆସୁଥିବା ଖବର ପହଞ୍ôଚଛି । ତେଣୁ ସେମାନଙ୍କୁ ମାଗଣାରେ ଓଡ଼ିଶା ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଚିଠି ମାଧ୍ୟମରେ ଅବଗତ କରାଇବାପରେ ଗୁଜୁରାଟ ସରକାର ତତ୍କ୍ଷଣାତ ପଦକ୍ଷେପ ନେଇ ରବିବାର ସନ୍ଧ୍ୟା ୫ଟା ବେଳେ ସୁରତ ଜିଲ୍ଲାପାଳ ଧବଲ ପଟେଲ ଏକ ପ୍ରେସ୍ ବଜ୍ଞପ୍ତିରେ ସମସ୍ତ ଓଡ଼ିଶା ସମାଜର କର୍ମକର୍ତ୍ତାଙ୍କୁ ସୋମବାର ଠାରୁ ଓଡ଼ିଶା ଯାଉଥିବା ସମସ୍ତ ଶ୍ରମିକ ଟ୍ରେନ୍ରେ ଏଣିକି ପ୍ରବାସୀ ଓଡ଼ିଆ ମାଗଣାରେ ଯିବେ । ଯିଏବି ପଇସା ମାଗିବ ତୁରନ୍ତ ଜିଲ୍ଲା ପ୍ରଶାସନର ହେଲ୍ପ ଲାଇନ୍କୁ ଅବଗତ କରାଇବାକୁ ସେ ଅନୁରୋଧ କରିଛନ୍ତି । ଏହି ଖବର ବିଜୁଳିମାତ୍ରାରେ ପ୍ରବାସୀ ଓଡ଼ିଆଙ୍କ ନିକଟରେ ପହଞ୍ôଚବାପରେ ଓଡ଼ିଆଙ୍କ ମନରେ ଉତ୍ସାହ ଖେଳିଯିବା ସହ ଓଡ଼ିଶା ସରକାର ଓ ଗୁଜୁରାଟ ସରକାରଙ୍କୁ କୃତଜ୍ଞତା ଜଣାଇଥିବା ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।