Related Stories
November 24, 2024
ବ୍ରହ୍ମପୁର: ଅନ୍ଲାଇନ୍ରେ ମଦ ବ୍ୟବସାୟକୁ ନେଇ ବିରୋଧ କରିଛି ବ୍ରହ୍ମପୁର ମଦ ଦୋକାନୀ ବ୍ୟବସାୟୀ ସଂଘ । ଦୀର୍ଘ ୨ମାସଧରି ମଦ ବ୍ୟବସାୟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏହା ବ୍ୟବସାୟୀଙ୍କ ସ୍ୱାର୍ଥରେ ନାହିଁ । ମଦ କିଣିବା ଲୋକ ଅନ୍ଲାଇନ୍ ମାଧ୍ୟମରେ ମଦ ଅର୍ଡର କରିବାପରେ ଓଡ଼ିଶା ମଦ ନିଗମ ମାଧ୍ୟମରେ ଆମ ପାଖରେ ପହଞ୍ôଚବ । ଆମେ ମଦ ବିକ୍ରୟ ପଇସା କିପରି ପାଇବୁ ଓ ମଦ କିଭଳି ନେଇ ପହଞ୍ଚାଇବୁ ତାହା ମଧ୍ୟ ଆମ ଉପରେ ନ୍ୟସ୍ତ କରାଯାଇଛି । ଜମାଟୋ ଓ ସୁଗି ନାମକ ୨ଟି ସଂସ୍ଥା ମଦ ନେବା ଆଣିବାରେ ସାମିଲ୍ ହେବେ । ଏମାନଙ୍କ ସହ ସରକାର କ’ଣ ନିୟମ ଧାର୍ଯ୍ୟ କରିଛନ୍ତି ତାହା ଆମ ପାଖରେ କୌଣସି ସୂଚନା ପହଞ୍ôଚନି । ଦୋକାନ ସମ୍ମୁଖରେ ମାଲିକମାନେ ନିଜର ମୋବାଇଲ୍ ନମ୍ବର ଓ ମଦର ତାଲିକା ଟଙ୍ଗାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏଜେଣ୍ଟ ମାଧ୍ୟମରେ ଆମକୁ ମଦ ବିକ୍ରେତାଙ୍କ ପାଖରେ ମଦ ପହଞ୍ଚାଇବାକୁ ପଡିବ ତାହେଲେ ଆମକୁ ଏଥିରେ କେତେ ଲାଭବାନ ହେବ ତାହା ବିଚାରକୁ ନେବାପାଇଁ ମଦ ବ୍ୟବସାୟୀ ସଂଘ ଦାବି କରିଛି । ସରକାର ବିକ୍ରୟ କ୍ଷେତ୍ରରେ ୧୧ପ୍ରତିଶତ ଲାଭ ନେବେ । ପ୍ରତ୍ୟେକ ମଦ ଦୋକାନୀ ବା ବିକ୍ରେତା ପ୍ରତି ମାସରେ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଖର୍ଚ୍ଚ ହେଉଛି । ସେଥିରେ ଏଭଳି ଅନ୍ଲାଇନ୍ରେ ବିକ୍ରୟକଲେ ଦୋକାନୀ ବା ବିକ୍ରେତାକୁ କେତେ ଲାଭ ହେବ ତାହା ଚିନ୍ତାନକରି ଅନ୍ଲାଇନ୍ରେ ବ୍ୟବସାୟକୁ ଅନୁମତି ଦେବା ଦୁର୍ଭାଗ୍ୟଜନକ । ତେଣୁ ଅନ୍ୟ ରାଜ୍ୟରେ ଯେଭଳି ମଦ ବିକ୍ରିକୁ ଅନୁମତି ମିଳିଛି ତାହା ଓଡ଼ିଶାରେ ଲାଗୁ କରିବା ପାଇଁ ସଂଘ ଦାବି କରିଛି । କୋଭିଡ-୧୯ର ନିୟମାବଳୀକୁ ଦୃଷ୍ଟିରେ ରଖି ସମଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ସାନିଟାଇଜର ଆଦି ରଖି ମଦ ବ୍ୟବସାୟକୁ ଅନୁମତି ଦେବାପାଇଁ ସେମାନେ ଦାବି କରିଛନ୍ତି । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସହରର ସମସ୍ତ ଠିପି ଖୋଲା, ଠିପି ବନ୍ଦ ମଦ ଦୋକାନ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ପ୍ରକାରେ ମଦ ଦୋକାନ ବନ୍ଦ ରଖିବାକୁ ନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଥିବା ସଂଘର ମୁଖ୍ୟ କାମନା ପାଢ଼ୀ କହିଛନ୍ତି । ମାର୍ଚ୍ଚ ୨୩ତାରିଖ ଲକ୍ ଡାଉନ୍ ପରଠାରୁ ମଦ ଦୋକାନ ବନ୍ଦ ଥିବାରୁ ମାର୍ଚ୍ଚ ୩୧ତାରିଖରେ ନିଜ ନିଜର ଲାଇସେନ୍ସ କିଛି ବ୍ୟବସାୟୀ ନବୀକରଣ କରିନାହାଁନ୍ତି । ଏପରିକି ମଦ ନିଗମରେ ମଦ ମହଜୁତ ନାହିଁ । ତେଣୁ ସଂଘ ପକ୍ଷରୁ ବର୍ତ୍ତମାନ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସଂଘ ପକ୍ଷରୁ ସ୍ଥାନୀୟ କାମାସିନି ହୋଟେଲ ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ସନ୍ତୋଷ କୁମାର ପାତ୍ର, ନାରାୟଣ ସାହୁ, ଜିତୁ ସାହୁ, ଯୁଗଳ ବିଶୋୟୀ, ଆପ୍ପା ରାଓ ସହ ବହୁ ମଦ ବ୍ୟବସାୟୀ ଉପସ୍ଥିତ ଥିଲେ ।