-
ବାହାନା ନାଳ ପାଶ୍ୱର୍ରେ ସର୍ଭିସ ରୋଡ୍ ପାଇଁ ପ୍ରସ୍ତାବ
Related Stories
November 23, 2024
ବ୍ରହ୍ମପୁର: ଆଗକୁ ବର୍ଷାଦିନ ଆସୁଛି । ବର୍ତ୍ତମାନ ସହରରେ ସାମାନ୍ୟ ବର୍ଷାହେଲେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ବିଧାୟକ ବିକ୍ରମ ପଣ୍ଡା ରବିବାର ଦିନ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ସହ ଆଲୋଚନାକରି ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଲୋଚନାରେ ବ୍ରହ୍ମପୁରର ଡ୍ରେନେଜ ଡିଭିଜନର ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସହର ଭିତରେ ଡ୍ରେନେଜ ଡିଭିଜନର ୨ନାଳ ବାହାନା ନାଳ ଓ ସାପୁଆ ନାଳ ଯାଇଥିବାରୁ ବର୍ଷାଜଳ ନିଷ୍କାସନ ନହୋଇ ବିଭିନ୍ନ ସାହି ଗଳିକନ୍ଦିରେ ପଶୁଛି । ବର୍ଷାଜଳ କିପରି ସାହିରେ ନପଶିବ ସେ ଦିଗରେ ଯୁଦ୍ଧକାଳୀନଭିତ୍ତିରେ ବିଭାଗ ପଦକ୍ଷେପ ନେବାକୁ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି । ଏହି ଆଲୋଚନା ବୈଠକରେ ଡ୍ରେନେଜ ଡିଭିଜନର ମୁଖ୍ୟଯନ୍ତ୍ରୀ ଅସୀମ ମହାପାତ୍ର, ଜଳସମ୍ପଦ ବିଭାଗର ସର୍ବୋଚ୍ଚଯନ୍ତ୍ରୀ ଜ୍ୟୋର୍ତିମୟୀ ରଥ, ଅଧିକ୍ଷଣଯନ୍ତ୍ରୀ ଆଶୁତୋଷ ଦାସ, ନିର୍ବାହୀଯନ୍ତ୍ରୀ ସମ୍ପଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ବାହାନାନାଳକୁ ସଫା କରିବା ସହ ନାଳ ପାଶ୍ୱର୍ରେ ଗୋପାଳପୁର ଛକ ଠାରୁ ଫାଷ୍ଟଗେଟ୍ ପର୍ଯ୍ୟନ୍ତ ଏକ ସର୍ଭିଟ ରୋଡ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଡିଭିଜନ ପକ୍ଷରୁ ଅନୁଧ୍ୟାନ କରାଯାଇ ବିଧାୟକଙ୍କୁ ଅବଗତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ବର୍ଷାଦିନ ପୂର୍ବରୁ ବାହାନାନାଳକୁ ସଫା କରିବା ସହ ନାଳ ଭିତରେ ଥିବା ଲଟାବୁଦାକୁ ସଫା କରିବା ପାଇଁ ବ୍ରହ୍ମପୁର ଡ୍ରେନେଜ ଡିଭିଜନ ଯୁଦ୍ଧକାଳନୀଭିତ୍ତିରେ ତାର କାର୍ଯ୍ୟ ଆରମ୍ଭ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକରେ କମିଶନର ଶ୍ରୀ ରାଥୋଡ ଡିଭିଜନକୁ ଯଦି ମହାନଗର ନିଗମ ପକ୍ଷରୁ ଯାହା ସହଯୋଗର ଆବଶ୍ୟକ ପଡିବ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ ।